୫୦ ପ୍ରତିଶତ ସିଲାବସ୍‌ କମାଇବାକୁ ଚିନ୍ତା କରୁଛନ୍ତି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ, ବିଳମ୍ବ ହୋଇପାରେ ବୋର୍ଡ ପରୀକ୍ଷା

Advertisment
୫୦ ପ୍ରତିଶତ ସିଲାବସ୍‌ କମାଇବାକୁ ଚିନ୍ତା କରୁଛନ୍ତି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ, ବିଳମ୍ବ ହୋଇପାରେ ବୋର୍ଡ ପରୀକ୍ଷା

indiatoday

ନୂଆଦିଲ୍ଲୀ:  ଏ ପର୍ଯ୍ୟନ୍ତ ଦେଶର ସ୍କୁଲଗୁଡ଼ିକ ଖୋଲି ପାରି ନ ଥିବାରୁ  ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ୩୦ ପ୍ରତିଶତ ବଦଳରେ ୫୦ ପ୍ରତିଶିତ ସିଲାବସ୍‌ କମ୍‌ କରିବାକୁ ଚିନ୍ତା କରୁଥିବା ସୂଚନା ରହିଛି। ଜାତୀୟ ଶିକ୍ଷା ବୋର୍ଡଗୁଡିକ ବାର୍ଷିକ ପରୀକ୍ଷାକୁ ୪୫ରୁ ୬୦ ଦିନ ବିଳମ୍ବରେ କରିବାକୁ ଚିନ୍ତା କରୁଛନ୍ତି। କାରଣ ବିଦ୍ୟାଳୟଗୁଡ଼ିକ ଏ ପର୍ଯ୍ୟନ୍ତ ଖୋଲାଯାଇ ନାହିଁ, କେବଳ ଅନଲାଇନ୍ କ୍ଲାସ୍ ଚାଲିଛି। ମାତ୍ର ଏହି ଯୋଜନାଗୁଡ଼ିକ ମଧ୍ୟରୁ କୌଣସିଟି ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଣ-କଣ୍ଟେନମେଣ୍ଟ ଜୋନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଅକ୍ଟୋବର ୧୫ରୁ ପର୍ଯ୍ୟାୟକ୍ରମେ ଖୋଲାଯିବ ବୋଲି ସୂଚନା ରହିଛି। ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଏହି ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ।

publive-image TrueScoop News

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ) ଏବଂ କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଆଇଏସ୍‌ସିଇ ) ଗତ ଜୁଲାଇ ମାସରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରିଥିବା ଘୋଷଣା କରିଥିଲେ।

ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ‌ଯେ ଯେଉଁ ସବୁ ବିଷୟକୁ ସିଲାବସ୍‌ରୁ କାଟି ଦିଆଯାଇଛି ସେହି ବିଷୟ ଉପରେ ବୋର୍ଡ ପରୀକ୍ଷାରେ ପ୍ରଶ୍ନ ଆସିବ ନାହିଁ। ମାତ୍ର ସେହି ବିଷୟରେ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକର ପୂର୍ଣ୍ଣ ଅଧିକାର ରହିଛି।

ସିବିଏସ୍ଇ ଓ ସିଆଇଏସ୍‌ସିଇକୁ ଅନୁକରଣ କରି ଅନେକ ରାଜ୍ୟ ବୋର୍ଡ ମଧ୍ୟ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ସିଲାବସ୍‌ କମ୍‌ କରି ଦେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe