ପ୍ରକାଶ ପାଇଲା ‘ସିବିଏସ୍‌ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ; ଅପରାହ୍ଣ ୨ଟାରେ ପ୍ରକାଶ ପାଇବ ୧୦ମ ଶ୍ରେଣୀ ଫଳାଫଳ

ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

Image Courtesy of India Today

ନୂଆଦିଲ୍ଲୀ: ଆଜି ସକାଳେ ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ଚଳିତ ବର୍ଷର ୧୨ଶ ଶ୍ରେଣୀ  ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍‌ ହାର ୯୨.୭୧% ହୋଇଥିବା ଜଣାପଡ଼ିଛି।

ସେଥିରୁ ଝିଅମାନଙ୍କର ପାସ୍‌ ହାର ୯୪.୫୪% ଥିବା ବେଳେ ପୁଅମାନଙ୍କର ପାସ୍‌ ହାର ୯୧.୨୫% ହୋଇଛି।

ଉକ୍ତ ପରୀକ୍ଷାରେ ୯୮.୮୩% ରଖି ତ୍ରିଭାନ୍ଦ୍ରମ୍‌ ଅଞ୍ଚଳ ସବୁଠୁ ଭଲ କରିଥିବା ବେଳେ ୮୩.୭୧% ରଖି ପ୍ରୟାଗରାଜ ଅଞ୍ଚଳ ସବୁଠୁ ଖରାପ କରିଛି।

ସଂଗୃହୀତ ସୂଚନା ଅନୁସାରେ, ପରୀକ୍ଷା ଦେବା ପାଇଁ ସମୁଦାୟ ୧୪୪୪୩୪୧ ଜଣ ପରୀକ୍ଷାର୍ଥୀ ପଞ୍ଜିକରଣ କରିଥିବା ବେଳେ ୧୪୩୫୩୬୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୩୩୦୬୬୨ ପାସ୍‌ କରିଛନ୍ତି।

ତେଣୁ, ‘ସିବିଏସ୍‌ଇ ଟର୍ମ ୨’ ଫଳାଫଳ ଦେଖିବାକୁ ଆଗ୍ରହୀ ଛାତ୍ରଛାତ୍ରୀମ‌ାନେ cbse.gov.in, cbseresults.nic.in, parikshasangam.cbse.gov.in and results.cbse.nic.in‌ ଆଦି ୱେବ୍‌ସାଇଟ୍‌ ବ୍ରାଉଜ୍‌ କରିପାରିବେ। ଏଥିପାଇଁ ‘ସିବିଏସ୍‌ଇ’ର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ସେମାନେ ନିଜନିଜର ରୋଲ୍‌ ନମ୍ବର ଏବଂ ଅନ୍ୟାନ୍ୟ ବିବରଣୀ ଟାଇପ୍‌ କରିବାକୁ ପଡ଼ିବ।

ପ୍ରାପ୍ତ ସୂଚନା ଅନୁସାରେ, ଆଜି ଅପରାହ୍ଣ ୨ଟା ବେଳେ ‘ସିବିଏସ୍‌ଇ’ ୧୦ମ ଶ୍ରେଣୀ ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe