ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ଏପ୍ରିଲ୍‌ ୨୫ରେ ହେବ +୨ ଅର୍ଥନୀତି ପରୀକ୍ଷା

Advertisment
ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ମାମଲା: ଏପ୍ରିଲ୍‌ ୨୫ରେ ହେବ +୨ ଅର୍ଥନୀତି ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍‌ ହେବା ପରେ ଛାତ୍ର ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ଆଗାମୀ ଏପ୍ରିଲ ୨୫ରେ ଦେଶର ସବୁ ସ୍ଥାନରେ ସିବିଏସଇର ଅର୍ଥନୀତି ପରୀକ୍ଷା ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ସଚିବ ଅନିଲ ସ୍ୱରୂପ ଶୁକ୍ରବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦଶମ ପରୀକ୍ଷା କେବଳ ଦିଲ୍ଲୀ ଓ ହରିଆଣାରେ ହେବ। ଗଣିତ ପରୀକ୍ଷା ଜୁଲାଇରେ ହୋଇପାରେ ବୋଲି ସ୍ୱରୂପ କହିଛନ୍ତି। ପରୀକ୍ଷା ନେଇ କେବେ ତାରିଖ ଘୋଷଣା ହେବ ସେ ନେଇ ଆଗାମୀ ୧୫ ଦିନ ଭିତରେ ନିଷ୍ପତ୍ତି ହେବ।

publive-image

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ନେଇ ବୁଦ୍ଧିଜୀବୀମାନେ ଘଟଣା ସହିତ ଜଡ଼ିତ ଅଭିଯୁକ୍ତଙ୍କୁ ନିନ୍ଦା କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ଓ ଅଭିଭାବକ ମାନେ ଆନ୍ଦୋଳନ ଓ ବିରୋଧ ପ୍ରଦର୍ଶନ କରିଛନ୍ତି। ଏ ନେଇ ସିବିଏସଇ ପକ୍ଷରୁ ପୁଣି ଥରେ ପରୀକ୍ଷା କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe