ହିଂସା ପାଇଁ ଦିଲ୍ଲୀରେ ସିବିଏସଇ ପରୀକ୍ଷା ବାତିଲ୍, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଲେ; ହିଂସା ପାଇଁ ‘ଆପ୍’ ନୁହେଁ ବାହାର ଲୋକ ଦାୟୀ

Advertisment
ହିଂସା ପାଇଁ ଦିଲ୍ଲୀରେ ସିବିଏସଇ ପରୀକ୍ଷା ବାତିଲ୍, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଲେ; ହିଂସା ପାଇଁ ‘ଆପ୍’ ନୁହେଁ ବାହାର ଲୋକ ଦାୟୀ

Moneycontrol

ନୂଆଦିଲ୍ଲୀ: ଗତ ୩ଦିନ ଧରି ଦିଲ୍ଲୀରେ ହିଂସା ଲାଗି ରହିଥିବାରୁ ପରିସ୍ଥିତିକୁ ଦେଖି ଫେବ୍ରୁଆରି ୨୭ରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସଇ) ପରୀକ୍ଷାକୁ ବାତିଲ କରାଯାଇଛି। ଫେବ୍ରୁଆରି ୨୫ ଏବଂ ଫେବ୍ରୁଆରି ୨୬ରେ ଥିବା ପରୀକ୍ଷାକୁ ମଧ୍ୟ ହିଂସା କାରଣରୁ ବାତିଲ କରିଦିଆଯାଇଥିବା ବେଳେ ଆସନ୍ତାକାଲିର ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ତେବେ ଯେଉଁ ଅଞ୍ଚଳରେ ହିଂସା ହୋଇନାହିଁ, ସେହି ଅଞ୍ଚଳରେ ପୂର୍ବ ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାୟୀ ପରୀକ୍ଷା ହେବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି। ଏହା ସହ ବାତିଲ କରାଯାଇଥିବା ସ୍ଥାନରେ ଖୁବ୍ ଶୀଘ୍ର ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ସିବିଏସଇ ସୂଚନା ଦେଇଛି।

ତେବେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସିସିଟିଭି ଫୁଟେଜର ସହାୟତା ନିଆଯାଇ ୧୦୬ଜଣଙ୍କୁ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି କହିଛି ଦିଲ୍ଲୀ ପୁଲିସ । ଏସଂପର୍କରେ ୧୮ଟି ଏତଲା ଲେଖାଯିବା ସହ ଡ୍ରୋନ ସାହାଯ୍ୟରେ ହିଂସା ପ୍ରଭାବିତ ଅଞ୍ଚଳ ଉପରେ ନଜର ରଖାଯାଇଥିବା କୁହାଯାଇଛି।

Image result for Outsiders indulged in violence, not 'aam aadmi', says CM Arvind Kejriwal in Assembly The Quint

ଅନ୍ୟ ପକ୍ଷରେ, ଦିଲ୍ଲୀରେ ହେଉଥିବା ହିଂସା ପାଇଁ ଲୋକେ ଆମ ଆଦମୀ ପାର୍ଟି(ଆପ୍)କୁ ଦାୟୀ କରୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ହିଂସା ପାଇଁ ଆପ୍ ନୁହେଁ ବରଂ ବାହାର ଲୋକ ଦାୟୀ ବୋଲି କହିଛନ୍ତି କେଜ୍ରିୱାଲ। ତାଙ୍କ କହିବା ମୁତାବକ, ଦିଲ୍ଲୀରେ ରହୁଥିବା ହିନ୍ଦୁ ଏବଂ ମୁସଲିମ୍ କେବେ ହେଲେ ପରସ୍ପର ସହ ଲଢ଼େଇ କରିବାକୁ ଚାହାନ୍ତି ନାହିଁ। ଏସବୁ କିଛି ଅସାମାଜିକ, ରାଜନୈତିକ ଏବଂ କିଛି ବାହାର ଲୋକଙ୍କ ଦ୍ବାରା କରାଯାଉଛି। ଦିଲ୍ଲୀବାସୀଙ୍କର ବା ଆପର ଏହା ପଛରେ କୌଣସି ହାତ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe