ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କଲା ସିବିଏସଇ

Advertisment
ଦ୍ବାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କଲା ସିବିଏସଇ

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶେଷରେ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ପ୍ରକାଶ କରିଛି। ସିବିଏସ୍ଇ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ହେବ | ଏହା ସହ ସିବିଏସ୍ଇ ସ୍ପଷ୍ଟ କରିଛି ଯେ, ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ତାରିଖଗୁଡିକ ସମ୍ଭାବ୍ୟ ଏବଂ ବୋର୍ଡ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରକୃତ ତାରିଖ ଘୋଷଣା କରିବ।

ପ୍ରାକ୍ଟିକାଲ୍ ପରୀକ୍ଷା କରିବା ପାଇଁ ସିବିଏସ୍ଇ ଏକ ଏସଓପି ମଧ୍ୟ ଜାରି କରିଛି | ସେଗୁଡ଼ିକ ହେଲା

- ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ତାରିଖ ପଠାଯିବ |

- ସମ୍ପୃକ୍ତ ବିଦ୍ୟାଳୟରେ ପ୍ରାକ୍ଟିକାଲ୍ ପରୀକ୍ଷା ଏବଂ ପ୍ରୋଜେକ୍ଟ ମୂଲ୍ୟାଙ୍କନ କାର୍ଯ୍ୟ କରାଯିବ |

- ପ୍ରାକ୍ଟିକାଲ୍ ପରୀକ୍ଷାରେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରୀକ୍ଷକ ରହିବେ |

- ପ୍ରାକ୍ଟିକାଲ୍ ପରୀକ୍ଷା, ପ୍ରୋଜେକ୍ଟ ମୂଲ୍ୟାଙ୍କନ ତଦାରଖ କରିବା ପାଇଁ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ |

- ମୂଲ୍ୟାଙ୍କନ ସରିବା ପରେ ବିଦ୍ୟାଳୟଗୁଡ଼ିକ ବୋର୍ଡ ଦ୍ୱାରା ଦିଆଯାଇଥିବା ଲିଙ୍କରେ ପରୀକ୍ଷା ଫଳାଫଳ ଅପଲୋଡ୍ କରିବେ |

Odisha Plus 2 Commerce Result 2020 DECLARED: Students can check scores at orissaresults.nic.in - India News , Firstpost Firstpost

ସୂଚନାଯୋଗ୍ୟ ଯେ, ବୋର୍ଡ ପରୀକ୍ଷା ସଚିବ ଅନୁରାଗ ତ୍ରିପାଠୀ ପରୀକ୍ଷା ନିଶ୍ଚିତ ହେବ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ସିବିଏସଇ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ନୂତନ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଏକ ୱେବିନାରରେ ଯୋଗଦେଇ ସିବିଏସ୍‌ଇ ସମ୍ପାଦକ ଅନୁରାଗ ତ୍ରିପାଠୀ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ ବୋଲି କହିଥିଲେ। ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ ଶିକ୍ଷାଦାନ କରାଇପାରିଛନ୍ତି। ନୂତନ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ଶିକ୍ଷା ପରିବର୍ତ୍ତେ ଜ୍ଞାନଭିତ୍ତିକ ଶିକ୍ଷା ପ୍ରଦାନ କରାଯିବ ବୋଲି ଅନୁରାଗ ତ୍ରିପାଠୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe