ସିବିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା: ନଭେମ୍ବର ୩୦ରୁ ଦଶମ, ଡିସେମ୍ବର ୧ରୁ ଦ୍ବାଦଶ

Advertisment
ସରକାରୀ ବିଏଡ୍‌ କଲେଜରେ ନାମଲେଖା ଅନିଶ୍ଚିତତା: ରାଙ୍କ୍ ‌କାର୍ଡ ଧରି ବସିଛନ୍ତି ମେଧାବୀ

Representation image

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ସୋମବାର ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ ୧ ବୋର୍ଡ ପରୀକ୍ଷା ପାଇଁ ସମୟ ସାରଣୀ ପ୍ରକାଶ କରିଛି। ବୋର୍ଡ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଟର୍ମ ୧ର ନମୁନା ପ୍ରଶ୍ନପତ୍ର ଓ ମାର୍କିଂ ସ୍କିମ୍ ପ୍ରକାଶ କରିଛି। ସିବିଏସ୍‌ଇ ଏକାଡେମିକ୍ ୱେବ୍‌ସାଇଟ୍‌ରୁ ଏହାକୁ ଡାଉନ୍‌ଲୋଡ୍ କରିହେବ। ଦଶମ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ବାଦଶ ପରୀକ୍ଷା ଡିସେମ୍ବର ୧ରୁ ଆରମ୍ଭ ହେବ। ତେବେ ମାଇନର ସବ୍‌ଜେକ୍ଟଗୁଡ଼ିକ ପାଇଁ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ନଭେମ୍ବର ୧୭ରୁ ଏବଂ ଦଶମ ଶ୍ରେଣୀ ପରୀକ୍ଷା ନଭେମ୍ବର ୧୬ରୁ ଆରମ୍ଭ ହେବ। ତା’ର ସମୟ ସାରଣୀ ସ୍କୁଲଗୁଡ଼ିକୁ ପଠାଇଦିଆଯିବ ଏବଂ ସ୍କୁଲଗୁଡ଼ିକ ସେହିସବୁ ବିଷୟଗୁଡ଼ିକର ପରୀକ୍ଷା ପରିଚାଳନା କରିବେ। ପରୀକ୍ଷାର୍ଥୀମାନେ ସିବିଏସ୍‌ଇ ୱେବ୍‌ସାଇଟ୍‌ରେ ପରୀକ୍ଷାର ତାରିଖ ଓ ସମୟସୂଚୀ ଦେଖିପାରିବେ।

ଚଳିତବର୍ଷଠାରୁ ସିବିଏସ୍‌ଇ ଗତବର୍ଷ ଯାଏ ଚାଲିଆସିଥିବା ଗୋଟିଏ ବାର୍ଷିକ ପରୀକ୍ଷା ନ କରି ଦୁଇଟି ବୋର୍ଡ ପରୀକ୍ଷା କରିବ। ଏହି ଦୁଇ ଶ୍ରେଣୀର ପ୍ରଥମ ଟର୍ମ ବୋର୍ଡ ପରୀକ୍ଷା ନଭେମ୍ବର-ଡିସେମ୍ବର ମାସରେ ଏବଂ ଦ୍ବିତୀୟ ଟର୍ମ ପରୀକ୍ଷା ଫେବ୍ରୁଆରି-ମାର୍ଚ୍ଚ ମାସରେ ଅଫ୍‌ଲାଇନ୍‌ରେ ହେବ। ଟର୍ମ ୧ ପରୀକ୍ଷାରେ ବସ୍ତୁନିଷ୍ଠ (ଅବ୍‌ଜେକ୍ଟିଭ୍ ଟାଇପ୍) ପ୍ରଶ୍ନ ପଡ଼ିବ ଏବଂ ପିଲା ୯୦ ମିନିଟ ଭିତରେ ସବୁ ପ୍ରଶ୍ନର ଉତ୍ତର ଦେବେ। ଶୀତ ଋତୁ ହେତୁ ପରୀକ୍ଷା ଦିନ ୧୧ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟାରେ ସରିବ। ପ୍ରଥମ ଟର୍ମ ପରୀକ୍ଷା ପରେ ଫଳ ପ୍ରକାଶ ପାଇବ ମାତ୍ର କାହାକୁ ପାସ୍, କମ୍ପାର୍ଟମେଣ୍ଟ ବା ଏସେନ୍ସିଆଲ ରିପିଟ ତାଲିକାରେ ରଖାଯିବ ନାହିଁ। ଦ୍ବିତୀୟ ଟର୍ମ ପରୀକ୍ଷା ପରେ ଅନ୍ତିମ ଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe