ସିବିଏସ୍‌ସି ପକ୍ଷରୁ ଖୁସି ଖବର: କେରଳ ବନ୍ୟାରେ ସାର୍ଟିଫିକେଟ୍‌ ହଜାଇଥିବା ଛାତ୍ରଛାତ୍ରୀ ପାଇବେ ଡିଜିଟାଲ୍‌ ସାର୍ଟିଫିକେଟ୍‌

ସିବିଏସ୍‌ସି ପକ୍ଷରୁ ଖୁସି ଖବର: କେରଳ ବନ୍ୟାରେ ସାର୍ଟିଫିକେଟ୍‌ ହଜାଇଥିବା ଛାତ୍ରଛାତ୍ରୀ ପାଇବେ ଡିଜିଟାଲ୍‌ ସାର୍ଟିଫିକେଟ୍‌

ତିରୁବନନ୍ତପୁରମ୍‌: କେରଳ ବନ୍ୟାରେ ଘରବାଡ଼ିରୁ ନେଇ ଖାଦ୍ୟପଦାର୍ଥ ସବୁ ଧୋଇ ହୋଇଯାଇଥିବା ବେଳେ କାଗଜର ସାର୍ଟିଫିକେଟ ବା କେମିତିି ସୁରକ୍ଷିତ ରହିଥାନ୍ତା! କ୍ଷୟକ୍ଷତି ହେଲେ ଅଗଣିତ ଲୋକଙ୍କ ସ୍ନେହ-ସହାୟତା ସହ ବନ୍ୟା ପରିସ୍ଥିତି ଥମିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ମାତ୍ର ସାର୍ଟିଫିକେଟ୍‌ ହରାଇଥିବା ଛାତ୍ରଛାତ୍ରୀଙ୍କ ଦୁଃଖ ସବୁଠାରୁ ବଳି। ମାତ୍ର ନିକଟରେ ଘୋଷଣା ହୋଇଥିବା ସିବିଏସିର ନିଷ୍ପତ୍ତି କେରଳାର ସାର୍ଟିଫିକେଟ୍‌ ହଜାଇଥିବା ଛାତ୍ରଛାତ୍ରୀଙ୍କ ଓଠରେ ଟିକେ ହସ ଭରି ଦେଇଛି ।

publive-image

ଏହି ଜାତୀୟ ବୋର୍ଡ ନିଷ୍ପତ୍ତି ନେଇଛି ଯେ ସାର୍ଟିଫିକେଟ୍‌ ହରାଇଥିବା ସିବିଏସ୍‌ଇ ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ୍‌ ମାର୍କସିଟ୍‌, ମାଇଗ୍ରେସନ୍‌ ସିଟ୍‌ସ ଏବଂ ପାସ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ।

ସିବିଏସ୍‌ସି ଆକାଡେମିକ୍‌ ପକ୍ଷରୁ ନିକଟରେ ‘ପରିଣାମ ମଞ୍ଜୁସା’ ବାହାର କରାଯାଇଛି। ରାଷ୍ଟ୍ରୀୟ ଇ-ଗଭର୍ଣ୍ଣମେଣ୍ଟ୍‌ର ସହାୟତାରେ ଏହାକୁ ବାହାର କରାଯାଇଛି। ଏହା ଦ୍ୱାରା ପ୍ରତ୍ୟେକ ସାଧାରଣ ଲୋକ ସରକାରୀ ସେବା ପାଇପାରିବେ। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏହି ସେବାର ନାମ ‘ଡିଜିଲକର୍‌’। ଏହି ଡିଜି ଲକର୍‌ ଜରିଆରେ ଲୋକେ ସରକାରୀ କାଗଜପତ୍ରକୁ ସାଇତି ପାରିବେ। ଏହାକୁ ମୋବାଇଲ୍‌ରେ ମଧ୍ୟ ବ୍ୟବହାର କରାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe