ନୂଆଦିଲ୍ଲୀ : ସିବିଏସ୍ଇ ପକ୍ଷରୁ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀ ଆସନ୍ତା ୨ ତାରିଖରେ ଘୋଷଣା ହେବ। ସିବିଏସ୍ଇ ବିଦ୍ୟାଳୟର ପ୍ରିନ୍ସିପାଲ୍ମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଆଜି ଏହି ସୂଚନା ଦେଇଛନ୍ତି। ଘୋଷଣା ହେବା ପରେ ସିବିଏସ୍ଇର ଅଫିସିଆଲ ୱେବସାଇଟ୍ cbse.gov.inରେ ପରୀକ୍ଷା ସୂଚୀ ଉପଲବ୍ଧ ହେବ। କେଉଁ ତାରିଖରେ କେଉଁ ବିଷୟର ପରୀକ୍ଷା ହେବ ତାହା ସହିତ ପରୀକ୍ଷାର୍ଥୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରାଯିବ। ଚଳିତବର୍ଷ ଦଶମ ଓ ଦ୍ବାଦଶ ଶ୍ରେଣୀ ସିବିଏସଇ ପରୀକ୍ଷା ମେ ୪ ତାରିଖରୁ ଜୁନ ୧୦ ତାରିଖ ମଧ୍ୟରେ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୂର୍ବରୁ ଗତ ଡିସେମ୍ବର ୩୧ ତାରିଖରେ ଘୋଷଣା କରିଥିଲେ। କରୋନା ମହାମାରୀ ପରିପ୍ରେକ୍ଷୀରେ ଚଳିତବର୍ଷର ବୋର୍ଡ ପରୀକ୍ଷା କମ୍ ପାଠ୍ୟକ୍ରମକୁ ନେଇ ହେବ ବୋଲି ପୂର୍ବରୁ ସ୍ଥିର ହୋଇଛି।
ସିବିଏସ୍ଇ ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷାସୂଚୀ ୨ରେ ଘୋଷଣା ହେବ
Advertisment
Follow Us