ସାମ୍ନାକୁ ଆସିଲା ବାନ୍ଦ୍ରା ଷ୍ଟେସନ୍‌ ଦଳାଚକଟାର ସିସିଟିଭି ଫୁଟେଜ୍‌

Advertisment

ମୁମ୍ୱାଇର ବାନ୍ଦ୍ରା ଷ୍ଟେସନରେ ଗତକାଲି ଦଳାଚକଟା ହୋଇ ଅଘଟଣା ଘଟିଥିବା ବେଳେ ଦିନକ ପରେ ସିସିଟିଭି ଫୁଟେଜ୍‌ ହସ୍ତଗତ ହୋଇଛି।  ଦୀପାବଳି ଭିଡ ଭିତରେ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିବାରୁ ଅଘଟଣ ଘଟି ଅତିକମ୍‌ରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।

Updated On

ମୁମ୍ୱାଇର ବାନ୍ଦ୍ରା ଷ୍ଟେସନରେ ଗତକାଲି ଦଳାଚକଟା ହୋଇ ଅଘଟଣା ଘଟିଥିବା ବେଳେ ଦିନକ ପରେ ସିସିଟିଭି ଫୁଟେଜ୍‌ ହସ୍ତଗତ ହୋଇଛି।  ଦୀପାବଳି ଭିଡ ଭିତରେ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିବାରୁ ଅଘଟଣ ଘଟି ଅତିକମ୍‌ରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
 NDTV

ମୁମ୍ବାଇ: ମୁମ୍ୱାଇର ବାନ୍ଦ୍ରା ଷ୍ଟେସନରେ ଗତକାଲି ଦଳାଚକଟା ହୋଇ ଅଘଟଣା ଘଟିଥିବା ବେଳେ ଦିନକ ପରେ ସିସିଟିଭି ଫୁଟେଜ୍‌ ହସ୍ତଗତ ହୋଇଛି। ଦୀପାବଳି ଭିଡ ଭିତରେ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରିବାରୁ ଅଘଟଣ ଘଟି ଅତିକମ୍‌ରେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଅନେକ ଯାତ୍ରୀ ସେମାନଙ୍କ ବ୍ୟାଗ୍‌ ଧରି ଏକାସହ ଟ୍ରେନ୍‌କୁ ଚଢ଼ିବକୁ ଉଦ୍ୟମ କରିବା ବେଳେ ଏହି ଦଳାଚକଟା ଉପୁଜିଥିଲା। 

ବାନ୍ଦ୍ରା ଟର୍ମିନାସରେ ପ୍ଲାଟଫର୍ମର ନଂ ୧ର ଏକ ସିସିଟିଭି କ୍ୟାମେରାରୁ ସୁରକ୍ଷା ଫୁଟେଜରେ ଦର୍ଶାଯାଇଛି ଯେ ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଯାତ୍ରୀ ନିଜର ଜୋତା, ଚପଲ ହରାଇଛନ୍ତି। ଏହାସହ ଯେପରି ପ୍ରକାରେ ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରିବା ବେଳେ ଅନେକ ଲୋକ ଠେଲ‌ାପେଲାରେ ପଛକୁ ବି ପଳାଇ ଆସୁଛନ୍ତି।

ରାତି ୨ଟାରୁ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଲୋକଙ୍କ ଭିଡ ଜମିଥିଲା । ରାତି ୨ଟା ୨୫ରେ ବାନ୍ଦ୍ରାରୁ ଗୋରଖପୁର ଯାଉଥିବା ଏକ୍ସପ୍ରେସ୍ ଟ୍ରେନ ଷ୍ଟେସନରେ ଲାଗିବା ପରେ ସ୍ଥିତି ଅସମ୍ଭାଳ ହୋଇଗଲା । ଟ୍ରେନରେ ଚଢିବାକୁ ଧସ୍ତାଧସ୍ତି, ଠେଲାପେଲାରୁ ଆରମ୍ଭ ହୋଇଥିଲା ଦଳାଚକଟା । ଏଥିରେ ୧୦ ଜଣ ଆହତ ହୋଇଛନ୍ତି, ସମସ୍ତଙ୍କୁ ଉଦ୍ଧାର କରାଯାଇ ବାନ୍ଦ୍ରାର ବାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ତେବେ ଦଳାଚକାଟା ସ୍ଥିତି ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି ଯାତ୍ରୀ । କହିଛନ୍ତି ରେଳ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି ବନ୍ଦୋବସ୍ତ କରାଯାଇନଥିବାରୁ ଅଘଟଣ ଘଟିଲା । ଛଟ ଓ ଦୀପାବଳୀ ପୂଜା ପାଇଁ ମୁମ୍ୱାଇରେ ରହୁଥିବା ୟୁପି ଓ ବିହାର ବାସିନ୍ଦା ଘରକୁ ବାହାରିଥିଲେ । କିଏ ଜାଣିଥିଲା ଷ୍ଟେସନରେ ଏମିତି ଅଘଟଣ ଘଟିବ । ସେପଟେ କେଉଁ କାରଣ ପାଇଁ ଦଳଚକଟା ହୋଇଥିଲା ସେନେଇ ଅଧିକ ତଦନ୍ତ ଚଳାଇଛନ୍ତି ରେଳବାଇ କର୍ତ୍ତୃପକ୍ଷ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe