Image Source: The Week
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ନୋଡାଲ୍ ହେଲ୍ଥ୍ ଏଜେନ୍ସି ‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍’ (ସିଡିସି) କୋଭିଡ୍-୧୯ ସଂକ୍ରମଣର ଆଉ ଛଅଟି ନୂତନ ଲକ୍ଷଣ ଯୋଗ କରିଛନ୍ତି। ଜ୍ବର, କାଶ ଏବଂ ଅଣନିଶ୍ବାସୀ ହୋଇପଡ଼ିବା ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ କରୋନାଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ଲକ୍ଷଣ ବୋଲି ‘ସିଡିସି’ କହିଥିଲା। ଏବେ ଏଥିରେ ‘ସିଡିସି’ ଆଉ ଛଅଟି ନୂଆ ଲକ୍ଷଣ ସଂଯୋଗ କରିଛି। ସେ ଲକ୍ଷଣ ହେଲା- ଅତ୍ୟଧିକ ଥଣ୍ଡା ଲାଗିବା, ହେମାଳ ଲାଗିବା ସହ କମ୍ପ ଆସିବା, ମାଂସପେଶୀରେ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧିବା, ତଣ୍ଟି ଦରଜ ଏବଂ ସ୍ବାଦ କିଂବା ବାସ୍ନା ବାରି ନ ପାରିବା।
Image Source: ABC Newsଏହାଛଡ଼ା ନିଶ୍ବାସ ନେବାରେ ଅସୁବିଧା ହେବା, ଛାତିରେ ଯନ୍ତ୍ରଣା କିଂବା ଚାପ ଲାଗି ରହିବା, ନିଦରୁ ଉଠି ନ ପାରିବା, ମୁହଁ ଓ ଓଠ ନୀଳ ପଡ଼ିଯିବା ମଧ୍ୟ କରୋନାଭାଇରସ୍ ସଂକ୍ରମଣ ହେବା ଲକ୍ଷଣ ବୋଲି ‘ସିଡିସି’ କହିଛି।
ଏଠାରେ ପ୍ରକାଶଯୋଗ୍ୟ ଯେ ବିଶ୍ବରେ କରୋନାଭାଇରସ୍ଜିନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି। ଜାରି ହୋଇଥିବା ଲକ୍ଡାଉନ୍ ଉଠାଇବାକୁ ଦେଶମାନେ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। କିନ୍ତୁ ପୁନର୍ବାର ସଂକ୍ରମଣ ଆଶଙ୍କାରେ ଅନେକ ବ୍ୟବସାୟ ସଂସ୍ଥା ଖୋଲିବାକୁ କୁଣ୍ଠବୋଧ କରୁଛନ୍ତି।
Follow Us