ଭାରତ ଆତଙ୍କବାଦ ଏବଂ ପରମାଣୁ ଆକ୍ରମଣ ଧମକର ଛାୟା ତଳେ ରହିନି କି ରହିବ ନାହିଁ: ସେନା ମୁଖ୍ୟ

ସିଡିଏସ୍ ଅନିଲ ଚୌହାନ ଏକ କ୍ରିକେଟ୍ ମ୍ୟାଚର ଉଦାହରଣ ଦେଇ କହିଛନ୍ତି, "ଏକ ଦଳ କିପରି ମ୍ୟାଚ୍ ଜିତିଲା ତାହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେତେବେଳେ ଦଳ ଜିତିଥାଏ, କେହି ପ୍ରଶ୍ନ ଉଠାନ୍ତି ନାହିଁ ଯେ କେତେ ୱିକେଟ୍ ପଡ଼ିଲା।" 

wt

ନୂଆଦିଲ୍ଲୀ: ମଙ୍ଗଳବାର ପୁଣେ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ ଚୌହାନ ଅପରେସନ୍ ସିନ୍ଦୂର ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। 

ସେନା ମୁଖ୍ୟ (ସିଡିଏସ୍) ଜେନେରାଲ୍ ଅନିଲ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ‘ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଅପରେସନ୍ ସିନ୍ଦୂରର ଏକମାତ୍ର ଉଦ୍ଦେଶ୍ୟ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ କରିବା। ପାକିସ୍ତାନ ସବୁବେଳେ ଭାରତକୁ ଆତଙ୍କବାଦ ଏବଂ ପରମାଣୁ ବୋମାର ଧମକ ଦେଇ ଆସିଛି। ପାକିସ୍ତାନକୁ ମନେ ରଖିବା ଉଚିତ କି ଭାରତ ଆତଙ୍କବାଦ ଏବଂ ପରମାଣୁ ଆକ୍ରମଣ ଧମକର ଛାୟା ତଳେ ରହିନି କି ରହିବ ନାହିଁ।

ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସଶସ୍ତ୍ର ବାହିନୀର କ୍ଷତି ବିଷୟରେ ପଚରାଯିବାରୁ ସିଡିଏସ୍ ଅନିଲ ଚୌହାନ ଏକ କ୍ରିକେଟ୍ ମ୍ୟାଚର ଉଦାାହରଣ ଦେଇ କହିଛନ୍ତି, "ଏକ ଦଳ କିପରି ମ୍ୟାଚ୍ ଜିତିଲା ତାହା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେତେବେଳେ ଦଳ ଜିତିଥାଏ, କେହି ପ୍ରଶ୍ନ ଉଠାନ୍ତି ନାହିଁ ଯେ କେତେ ୱିକେଟ୍ ପଡ଼ିଲା।" 

ପାକିସ୍ତାନ ଭାବିଥିଲା ଯେ ୪୮ ଘଣ୍ଟା ଧରି ଭାରତ ବିରୋଧରେ ଅଭିଯାନ ଜାରି ରଖିବ, କିନ୍ତୁ ମାତ୍ର ୮ ଘଣ୍ଟାରେ ସେ ପରାଜୟ ସ୍ବୀକାର କରିଥିଲା।  ମଇ ୧୦ ତାରିଖ ରାତିରେ ପାକିସ୍ତାନ ଅନୁଭବ କଲା ଯେ ଯଦି ଭାରତର କାର୍ଯ୍ୟାନୁଷ୍ଠାନ ଜାରି ରହେ, ତେବେ ତାକୁ ଅନେକ କିଛି କ୍ଷତି ସହିବାକୁ ପଡ଼ିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe