ଦୁଇ ମାସ ହେଲା ଖାଲି ରହିଛି ସିଡିଏସ ପଦ, ମିଲିଟାରୀ ଥିଏଟର କମାଣ୍ଡ ଗଠନ ପ୍ରଭାବିତ

Advertisment
ଦୁଇ ମାସ ହେଲା ଖାଲି ରହିଛି ସିଡିଏସ ପଦ, ମିଲିଟାରୀ ଥିଏଟର କମାଣ୍ଡ ଗଠନ ପ୍ରଭାବିତ

Image Courtesy of India Today

ନୂଆଦିଲ୍ଲୀ : ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହେବାର ଇତି ମଧ୍ୟରେ ୨ ମାସରୁ ଅଧିକ ସମୟ ବିତିଯାଇଥିଲେ ବି କେନ୍ଦ୍ର ସରକାର ନୂଆ ସିଡିଏସ ବା ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ନିଯୁକ୍ତ କରିପାରିନାହାନ୍ତି । ସିଡିଏସ୍ ପଦ ଖାଲି ଥିବାରୁ ତିନି ବାହିନୀର ଆଧୁନିକୀକରଣ ଓ ସମନ୍ବୟ କାର୍ଯ୍ୟ ଗୁରୁତରଭାବେ ବାଧାପ୍ରାପ୍ତ ହେବା ସହ ପଛେଇ ଯାଇଛି ।

ଜେନେରାଲ ବିପିନ ରାଓ୍ବତ ତିନି ସେନାର ଥିଏଟର କମାଣ୍ଡ ଗଠନ ଉପରେ କାର୍ଯ୍ୟକରୁଥିଲେ । ଏବେ ଭାରତୀୟ ସେନା, ବାୟୁସେନା ଓ ନୌସେନାର ମୋଟ ୧୭ଟି କମାଣ୍ଡ ରହିଛି । ଭାରତ ସରକାରଙ୍କ ଯୋଜନା ଅନୁସାରେ ଏଗୁଡ଼ିକୁ ମିଶାଇ ମୋଟ ୪ଟି ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡ ଗଠନ କରାଯିବ । ଏହା ମଧ୍ୟରେ ଗୋଟିଏ ହେଉଛି ମାରିଟାଇମ ଥିଏଟର କମାଣ୍ଡ, ଗୋଟିଏ ଏୟାର ଡିଫେନସ କମାଣ୍ଡ ଓ ୨ଟି ସ୍ଥଳଭାଗ ଭିତ୍ତିକ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡ । ଗତ ସପ୍ତାହରେ ଲକ୍ଷ୍ନୌଠାରେ ତିନି ସେନାପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଏ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଗତ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe