ନିଜ ଦରମାରୁ ୧ବର୍ଷ ପାଇଁ ପିଏମ କେୟାର୍ସ ଫଣ୍ଡକୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ଦାନ କରିବେ ସିଡିଏସ ବିପିନ ରାୱତ୍

Advertisment
ନିଜ ଦରମାରୁ ୧ବର୍ଷ ପାଇଁ ପିଏମ କେୟାର୍ସ ଫଣ୍ଡକୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ଦାନ କରିବେ ସିଡିଏସ ବିପିନ ରାୱତ୍

hindustantimes

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇ ଥିବାବେଳେ ଭାରତରେ ମଧ୍ୟ କରୋନା ସଂକ୍ରମଣ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି | କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ କିଛି ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ପିଏମ କେୟାର୍ସ ଫଣ୍ଡ ଗଠନ କରିଥିବା ବେଳେ ଦେଶବାସୀଙ୍କୁ ଏଥିରେ ଦାନ ଦେବା ପାଇଁ ଆହ୍ୱାନ କରିଥିଲେ | ପ୍ରଧାନମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ ପିଏମ କେୟାର୍ସ ଫଣ୍ଡକୁ ତାଙ୍କ ଦାନ କରିଥିଲେ | ଏବେ ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍ ତାଙ୍କ ଦରମାରୁ ମାସିକ ୫୦,୦୦୦ଟଙ୍କା ଲେଖାଁଏ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବା ଆରମ୍ଭ କରିଛନ୍ତି। କୋଭିଡ -୧୯ମହାମାରୀର ମୁକାବିଲା ପାଇଁ ସେ ଆସନ୍ତା ୧୨ମାସ ପାଇଁ ଏହି ପାଣ୍ଠିକୁ ନିଜ ଦରମାରୁ ୫୦,୦୦୦ଟଙ୍କା ଦାନ କରିବେ ବୋଲି ଜଣା ପଡିଛି |

ମାର୍ଚ୍ଚ ମାସରେ ସେ ସମ୍ପୃକ୍ତ ଅଧିକାରୀଙ୍କୁ ଆସନ୍ତା ୧ବର୍ଷ ପାଇଁ ତାଙ୍କ ବେତନରୁ ୫୦,୦୦୦ଟଙ୍କା କାଟି ପିଏମ-କେୟାର ପାଣ୍ଠିରେ ଜମା କରିବାକୁ ଚିଠି ଲେଖିଥିଲେ। ଏହି ଚିଠି ଲେଖାଯିବା ପରେ ଏପ୍ରିଲ ମାସର ବେତନରୁ ୫୦,୦୦୦ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରାଯାଇଥିଲା |

CDS General Bipin Rawat will give 50,000 rupees every month from his salary to PM CARES fund oneindia

ସୂଚନା ମୁତାବକ, ପିଏମ କେୟାର୍ସ ଫଣ୍ଡ ଗଠନ ପରେ ପରେ ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍ ନିଜର ଅନ୍ୟ ପ୍ରତିରକ୍ଷା ସେବା କର୍ମଚାରୀଙ୍କ ସହ ମିଶି ଗୋଟେ ଦିନର ଦରମା ଦାନ କରିଥିଲେ | ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ଆଗାମୀ ଏକ ବର୍ଷ ପାଇଁ ପ୍ରତି ମାସରେ ଗୋଟିଏ ଦିନର ଦରମା ଦାନ କରିବାର ବିକଳ୍ପ ଦିଆଯାଇଛି ଏବଂ ଏହା ସ୍ୱେଚ୍ଛାକୃତ ଭାବେ କରାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe