Indian army soldiers looks during clashes between suspected rebels and Indian government forces in Chadoora, in Badgam district south of Srinagar, on March 28, 2017. Two civilians and one rebel were killed and at least 14 people injured March 28 in clashes between protesters and troops and police in Indian-administered Kashmir, police said. / AFP PHOTO / Tauseef MUSTAFA
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପୁଞ୍ଚ୍ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର ଏବଂ କର୍ମରା ଅଞ୍ଚଳ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନାର ଘମାଘୋଟ ଗୁଳିବର୍ଷାରେ ସେନାବାହିନୀର ସିପାହୀ ଟି କେ ରେଡି(୨୧) ଏବଂ ସୈନିକମାନଙ୍କ ପାଇଁ ଆସବାବପତ୍ର ପରିବହନ କରୁଥିବା ମହମ୍ମଦ ଜାହିର(୨୨)ସହିଦ ହୋଇଛନ୍ତି। ଏଥି ସହିତ ପାକ୍ ଗୁଳିରେ ଅନ୍ୟ ୬ ଜଣ ଯବାନ ଏବଂ ଜଣେ ପରିବହନ ସହାୟକ ମଧ୍ୟ ଆହତ ହୋଇଥିବା ଖବର ମିଳିଛି।
ଆଜି ସକାଳ ସାଢ଼େ ୧୦ଟା ପରଠାରୁ ପାକ୍ ସେନା ପକ୍ଷରୁ ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ଏଲଓସି ନିକଟ କୃଷ୍ଣା ଘାଟି ସେକ୍ଟରରେ କ୍ଷୁଦ୍ର ଏବଂ ସ୍ୱୟଂଚାଳିତ ବନ୍ଧୁକରୁ ଅନବରତ ଗୁଳିମାଡ଼ ହୋଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ଅପରାହ୍ନ ସୁଦ୍ଧା ଅଞ୍ଚଳରେ ଗୁଳିଗୋଳା ମାଡ଼ ଜାରି ରହିଥିବା ବେଳେ ଏହି ଦୁଇ ଜଣ ସହିଦ ହୋଇଥିଲେ। ପାକ୍ ପକ୍ଷରୁ ମୃତାହତଙ୍କ ଖବର ମିଳିପାରିନାହିଁ। ସିପାହୀ ସ୍ୱର୍ଗତ ରେଡିଙ୍କ ଘର ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲା ଅନ୍ତର୍ଗତ ଗିଦ୍ଦାଲୁରୁ ତହସିଲ୍ର ଓବୁଲାପୁରମ୍ ଗାଁରେ ହୋଇଥିବା ବେଳେ ପରିବହନ ସହାୟକ ଜାହିର୍ଙ୍କ ଘର ଜମ୍ମୁକଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ କଲାଲି ଗାଁରେ ବୋଲି ଜଣାଯାଇଛି।
Follow Us