ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ମହାଭିଯୋଗ ଆଣିବେ ବିରୋଧୀ !

'ଭୋଟ୍ ଚୋରି' ଅଭିଯୋଗକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟ ନିର୍ବାଚନ କମିସନଙ୍କୁ ବାରମ୍ବାର ଟାର୍ଗେଟ କରିଚାଲିଛି । ଖବର ଆସିଛି ଯେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଛି। 

cec

ନୂଆଦିଲ୍ଲୀ : ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ଅଭିଯାନ ଏବଂ 'ଭୋଟ୍ ଚୋରି' ଅଭିଯୋଗକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟ ନିର୍ବାଚନ କମିସନଙ୍କୁ ବାରମ୍ବାର ଟାର୍ଗେଟ କରିଚାଲିଛି । ଏହି ସମୟରେ, ଖବର ଆସିଛି ଯେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଛି। 

ସୋମବାର ସକାଳେ ବିରୋଧୀ ଦଳଗୁଡ଼ିକ ସଂସଦ ଭବନରେ ଏକ ବଡ଼ ବୈଠକ କରିଥିଲେ, ଯେଉଁଥିରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କଂଗ୍ରେସ ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ କହିଛନ୍ତି ଯେ ଦଳ ଗଣତନ୍ତ୍ରର ସମସ୍ତ ସାମ୍ବିଧାନିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ।

ସୂତ୍ର ଅନୁସାରେ, ସୋମବାର ସକାଳେ ବିରୋଧୀ ଦଳଗୁଡ଼ିକ ସଂସଦ ଭବନରେ ଏକ ବଡ଼ ବୈଠକ କରିଥିଲେ, ଯେଉଁଥିରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। କଂଗ୍ରେସ ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ କହିଛନ୍ତି ଯେ ଦଳ ଗଣତନ୍ତ୍ରର ସମସ୍ତ ସାମ୍ବିଧାନିକ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, 'ଯଦି ଆବଶ୍ୟକ ହୁଏ, ଆମେ ଗଣତନ୍ତ୍ର ଅଧୀନରେ ଉପଲବ୍ଧ ସମସ୍ତ ଅସ୍ତ୍ର ବ୍ୟବହାର କରିବୁ। ମହାଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ, କିନ୍ତୁ ଯଦି ଆବଶ୍ୟକ ହୁଏ, ଆମେ କିଛି ବି କରିପାରିବୁ।'

ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏବଂ ନିର୍ବାଚନ କମିସନରମାନଙ୍କୁ ଅପସାରଣ କରିବାର ପ୍ରକ୍ରିୟା ଭାରତୀୟ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ସମ୍ବିଧାନର ଧାରା ୩୨୪ ନିର୍ବାଚନ କମିସନକୁ ଏକ ସ୍ୱାଧୀନ ଅନୁଷ୍ଠାନର ମାନ୍ୟତା ଦିଏ। ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅପସାରଣ କରିବାର ପ୍ରକ୍ରିୟା ସୁପ୍ରିମକୋର୍ଟର ବିଚାରପତିଙ୍କ ପରି ସମାନ। ଏହାର ଅର୍ଥ ହେଉଛି ତାଙ୍କୁ କେବଳ ମହାଭିଯୋଗ ମାଧ୍ୟମରେ ଅପସାରଣ କରାଯାଇପାରିବ। କିନ୍ତୁ ବିରୋଧୀ ମେଣ୍ଟଙ୍କ ପାଖରେ ମହାଭିଯୋଗ ପ୍ରସ୍ତାବ ଗୃହୀତ କରିବାକୁ ଆବଶ୍ୟକ ସଂଖ୍ୟାବଳ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe