ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

Advertisment
ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ

indiatoday

ହାଇଦ୍ରାବାଦ: ଟଲିଉଡର ଜଣାଶୁଣା ଫ୍ୟାଶନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ସନ୍ଦେହଜନକ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ଟଲିଉଡର ଫ୍ୟାଶନ ଡିଜାଇନର୍ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ କୋଠରୀରୁ ଗୋଟିଏ ବୋତଲ କାର୍ବନ ମନୋକ୍ସାଇଡ ମିଳିଥିବା ବେଳେ ପ୍ରତ୍ୟୁଷା ଏହାକୁ ଆଘ୍ରାଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ପୁଲିସ। ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇବା ସହ ପୁଲିସ ମାମଲା ରୁଜୁ କରିଛି। ଏହା ସହ ପ୍ରତ୍ୟୁଷାଙ୍କ ପରିବାରକୁ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିବା କହିଛି ପୁଲିସ।

କୁହାଯାଉଛି ଯେ, ପ୍ରତ୍ୟୁଷା ଅବସାଦଗ୍ରସ୍ତ ଥିଲେ। ତେବେ ଏହି ସୂଚନା ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଇଛି। ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ଏବେ ହଠାତ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe