ସତର୍କ କଲା କେନ୍ଦ୍ର: କରୋନା ଭାରିଆଣ୍ଟ୍ ଚିହ୍ନଟ ପଦକ୍ଷେପ ନେବାକୁ ନି‌ର୍ଦ୍ଦେଶ

ପଜିଟିଭି ନମୁନାର ଜିନୋମ ସିକ୍ବେନ୍‌ସିଂ ବଢ଼ାଅ

କରୋନା ସଂକ୍ରମଣ ବୃଦ୍ଧି ପଛରେ ଏକ୍ସବିବି.୧.୧୬

long island press

ନୂଆଦିଲ୍ଲୀ: ଚୀନ ସମେତ ବିଶ୍ବର ଅନ୍ୟ କେତେକ ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏହାକୁ ଦେଖି ଭାରତ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ସରକାରମାନଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ କୁହାଯାଇଛି କରୋନା ପଜିଟିଭ ମାମଲାର ନମୁନାକୁ ଜିନୋମ ସିକ୍ବେନସିଂ ପାଇଁ ରାଜ୍ୟ ସରକାରମାନେ ଅଗ୍ରାଧିକାର ଭିତ୍ତିରେ ପରୀକ୍ଷାଗାରକୁ ପଠାଇବା ଆବଶ୍ୟକ।

ଚୀନ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କୋରିଆ ଏବଂ ବ୍ରାଜିଲରେ ଏବେ କୋଭିଡ-୧୯ ସଂକ୍ରମଣ ବଢ଼ୁଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏବଂ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)କୁ ଚିଠି ଲେଖାଯାଇଛି। ପଜିଟିଭ ମାମଲାର ଜିନୋମ ସିକ୍ବେନସିଂ ବଢ଼ାଇବା ଆବଶ୍ୟକ। ଇଣ୍ଡିଆନ ସାର୍ସ-କୋଭ-୨ ଜିନୋମିକ୍ସ କନସୋର୍ଟିୟମ (ଆଇଏନଏସଏସିଓଜି) ନେଟୱର୍କ ଜରିଆରେ କରୋନା ପ୍ରଜାତିଗୁଡ଼ିକ ଉପରେ ନଜର ରଖିବା ଲାଗି ଜିନୋମ ସିକ୍ବେନ୍‌ସିଂ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରୋଧ କେନ୍ଦ୍ର ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଏଜେନ୍ସିଂ ପକ୍ଷରୁ ନୂଆ କୋଭିଡ-୧୯ ଭାରିଆଣ୍ଟ ଉତ୍ପନ୍ନ ନେଇ ଅନୁଧ୍ୟାନ ଜାରି ରହିଛି। ଚୀନ ସରକାର କଠୋର ଲକଡାଉନ ନିୟମକୁ ଉଠାଇ ଦେବା ପରେ ସେଠାରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe