ମଙ୍କିପକ୍ସ ଟିକା ପ୍ରସ୍ତୁତି ପାଇଁ କେନ୍ଦ୍ରର ଆହ୍ବାନ

Advertisment
ମଙ୍କିପକ୍ସ ଟିକା ପ୍ରସ୍ତୁତି ପାଇଁ କେନ୍ଦ୍ରର ଆହ୍ବାନ

Reuters

ନୂଆଦିଲ୍ଲୀ : କରୋନା ଟିକା କୋଭାକ୍ସିନ ନିର୍ମାଣରେ ଭାରତ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବେ ମଙ୍କିପକ୍ସ ଲାଗି ପ୍ରତିଷେଧକ ଟିକା ପ୍ରସ୍ତୁତି ଲାଗି ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ଏହି ରୋଗ ବର୍ତ୍ତମାନ ଭାରତ ସମେତ ପୃଥିବୀର ୭୫ଟି ଦେଶକୁ ମାଡ଼ିଲାଣି। ତେଣୁ ସବୁ ଦେଶ ଏହାକୁ ନେଇ ଚିନ୍ତା ପ୍ରକଟ କଲାବେଳେ ସରକାର ଏହି ରୋଗର ଟିକା ନିର୍ମାଣ ପାଇଁ ଆଗ୍ରହୀ ଟିକା ନିର୍ମାତାଙ୍କଠାରୁ ଇଓଆଇ (ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ) ଆହ୍ବାନ କରିଛନ୍ତି।

ଏଥିରେ ଲେଖାଯାଇଛି ଯେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍) ମଙ୍କିପକ୍ସର ପ୍ରତିଷେଧକ ଟିକା ଉପଲବ୍ଧ କରାଇବାକୁ ଚାହୁଛି। ଯେଉଁମାନେ ଆଗ୍ରହୀ ସେମାନେ ଇଓଆଇ ଫର୍ମରେ ଆବେଦନ କରନ୍ତୁ। ଆଗ୍ରହୀ ଅଭିଜ୍ଞ ନିର୍ମାତାମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ପାଇଁ ରୟାଲ୍‌ଟି (ରାଜଭାଗ) ଭିତ୍ତିରେ ଅନୁମତି ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe