ନେତାଜୀଙ୍କ ୧୨୫ତମ ଜନ୍ମ ବାର୍ଷିକ ପାଳନ ପାଇଁ କମିଟି ଗଠନ କଲା କେନ୍ଦ୍ର : ମୋଦୀ ଅଧ୍ୟକ୍ଷ, କମିଟିରେ ନବୀନଙ୍କ ସମେତ ତିନି ଓଡ଼ିଆ

Advertisment
ନେତାଜୀଙ୍କ ଜୟନ୍ତୀରେ କଟକରେ ଭବ୍ୟ କାର୍ଯ୍ୟକ୍ରମ

News For Public

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକ ପାଳନ କରାଯିବା ପାଇଁ ଏକ ଜାତୀୟସ୍ତରୀୟ କମିଟି ଗଠନ େହାଇଛି। ୮୫ ଜଣିଆ ଏହି କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତିନି ଜଣ ଓଡିଆ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ଅନ୍ୟ ୨ ଓଡିଆ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆଜି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟି ଆସନ୍ତା ୨୩ ତାରିଖରୁ ନେତାଜୀଙ୍କ ଜନ୍ମ ବାର୍ଷିକ ପାଳନ ପାଇଁ ବର୍ଷତମାମ ଆୟୋଜନ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେବ। କେବଳ ସେତିକି ନୁହେଁ, ନେତାଜୀ ଓ ଆଜାଦ ହିନ୍ଦ୍‌ ଫଉଜ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଦେଶ ଓ ବିଦେଶରେ ପାଳନ କରିବାକୁ ନେଇ ମାର୍ଗଦର୍ଶନ କରିବ। କେନ୍ଦ୍ର ସରକାରଙ୍କ ଦ୍ବାରା ଗଠନ କରାଯାଇଥିବା ଏହି କମିଟିରେ ଦେଶର ଦେଶର ବିଶିଷ୍ଟ ଐତିହାସିକ, ଲେଖକ, ବିଶେଷଜ୍ଞ, ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାରର ସଦସ୍ୟ ତଥା ଆଜାଦ ହିନ୍ଦ ଫଉଜ ସହିତ ଜଡିତ ଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe