International Banker
ନୂଆଦିଲ୍ଲୀ :ଦେଶର ଟିକା ନୀତିକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିବା ସହିତ ସୁପ୍ରିମ କୋର୍ଟ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇ ସାରିଲେଣି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଟିକା ନୀତିରେ ପରିବର୍ତ୍ତନ ଆଣିପାରନ୍ତି। ଟିକା ଯୋଗାଣ ସ୍ଥିତିରେ ସୁଧାର ଆସିଲେ ଜୁଲାଇ କିମ୍ବା ଅଗଷ୍ଟରେ ସରକାର ନୀତି ବଦଳାଇ ପାରନ୍ତି। ସରକାର ପୁଣି ପୂର୍ବ ମଡେଲକୁ ଫେରିଯିବାକୁ ବିଚାର କରିପାରନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ଟିକା ସଂଗ୍ରହ କରୁଥିଲେ। ତେଣୁ ବର୍ତ୍ତମାନ ଉଭୟ ୪୫ ବର୍ଷରୁ ଅଧିକ ଏବଂ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ଟିକା ସଂଗ୍ରହ କେନ୍ଦ୍ର କରିପାରନ୍ତି।
ତେବେ ଏହି ନିଷ୍ପତ୍ତି ରାଜନୈତିକ ସ୍ତରରେ ନିଆଯିବ। ଏ ନେଇ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ନିଆଯାଇ ନଥିଲେ ମଧ୍ୟ ଅମଲା ସ୍ତରରେ ଆଲୋଚନା ଆରମ୍ଭ ହୋଇଯାଇଛି। ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କ ପାଇଁ ରାଜ୍ୟଗୁଡ଼ିକୁ ଟିକା ଆବଣ୍ଟନ ନୀତି କେନ୍ଦ୍ର କରୁଛି। କିନ୍ତୁ ରାଜ୍ୟ ସରକାର ଏ ବାବଦ ଅର୍ଥ ପ୍ରଦାନ କରୁଛନ୍ତି। ଲୋକଙ୍କ ଠାରୁ ଅର୍ଥ ନେଇ ଟିକା ପ୍ରଦାନ କରୁଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ଅବ୍ୟାହତ ରହିବ ବୋଲି ଆଶା କରାଯାଉଛି।
Follow Us