ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ: କରୋନା ଏଯାଏଁ ଶେଷ ହୋଇନି, ସ୍କୁଲ୍‌ ପିଲାଙ୍କ ଟିକାକରଣ ତ୍ବରାନ୍ବିତ କର

Advertisment
ଭୁବନେଶ୍ବରରେ ମାସ୍କ ପରିଧାନ ନିୟମ କଡ଼ାକଡ଼ି; ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

Mathrubhumi English

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ଲଗାତାର ଭାବେ ବଢ଼ୁଥିବାରୁ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ଏନେଇ ସଚେତନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ଏବଂ ସ୍କୁଲ୍ ପିଲାଙ୍କ କରୋନା ଟିକାକରଣ ଏବଂ ବୟସ୍କଙ୍କୁ ପ୍ରିକସନ୍‌ ଡୋଜ୍‌ ଦେବା ତ୍ବରାନ୍ବିତ କରିବା ପାଇଁ କହିଛନ୍ତି। କରୋନା ଏଯାବତ୍‌ ଶେଷ ହୋଇନି। କିଛି ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଏନେଇ ଅଧିକ ସଚେତନ ହେବାକୁ ପଡ଼ିବ ଏବଂ କରୋନା‌ ନିୟାମାବଳି ପାଳନ କରିବା ସହ ଜେନମ ସିକ୍ବେନ୍ସିଂ ଉପରେ ବି ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ମାଣ୍ଡଭୀୟ ଆଜି ସମୀକ୍ଷା ବୈଠକରେ କହିଛନ୍ତି। କିଛି ଜିଲ୍ଲା ଏବଂ ରାଜ୍ୟରେ ପଜିଟିଭ୍‌ ହାର ବଢ଼ିବା ଏବଂ ଟେଷ୍ଟିଂ କମିବାରୁ ସ୍ବାସ୍ଥ୍ୟ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ସଠିକ୍‌ ସମୟରେ ଟେଷ୍ଟିଂ ଏବଂ ସଂକ୍ରମଣ ଚିହ୍ନଟ ସ୍ବାରା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ । ୫ ସୂତ୍ରୀ ରଣନୀତି ଯଥା ଟେଷ୍ଟ୍‌, ଟ୍ରାକ୍‌ , ଟ୍ରିଟ୍‌, ଟିକାକରଣ ଏବଂ କରୋନା ନିୟମାବଳି ପାଳନ ଉପରେ ଗୁରୁତ୍ବ ଦେବାପାଇଁ ମାଣ୍ଡଭୀୟ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ପ୍ରତି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସ୍ଥିତି ସମୀକ୍ଷା ପାଇଁ ମାଣ୍ଡଭୀୟ କହିଛନ୍ତି। ଉଲ୍ଲେଖ‌‌ଯୋଗ୍ୟ ଯେ ଦେଶରେ ଆଜି ୮,୦୮୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe