ସୁପ୍ରିମ୍‌କୋର୍ଟରେ କେନ୍ଦ୍ରର ସତ୍ୟପାଠ ଦାଖଲ: ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ରଖାଯିବ ନାହିଁ

Advertisment
ଆନ୍ଦୋଳନକୁ ଯିବେ ନାହିଁ ଆଇନଜୀବୀ

Telegraph India

ନୂଆଦିଲ୍ଲୀ: ଭାରତରେ ଦଳିତ ହିନ୍ଦୁମାନଙ୍କୁ ଯେଉଁ ସଂରକ୍ଷଣ ସୁବିଧା ପ୍ରଦାନ କରାଯାଉଛି ଦଳିତ ଖ୍ରୀଷ୍ଟିଆନ ଓ ଦଳିତ ମୁସଲମାନମାନଙ୍କୁ ମଧ୍ୟ ସେହି ସୁବିଧା ପ୍ରଦାନ କରିବା ନିମନ୍ତେ ସେଣ୍ଟର ଫର ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ (ସିପିଆଇଏଲ୍‌) ନାମକ ଏନ୍‌ଜିଓ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା। ଏହା ଉପରେ ଉତ୍ତର ରଖିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଆଜି ଏକ ସତ୍ୟପାଠ ମାଧ୍ୟମରେ ଏହା ବିପକ୍ଷରେ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଖ୍ରୀଷ୍ଟିଆନ ଓ ମୁସଲମାନ ଦଳିତଙ୍କ ପ୍ରତି ଅତୀତରେ କୌଣସି ପାତରଅନ୍ତର କରାଯାଇଥିବା ଇତିହାସରେ ନଜିର ନାହିଁ। ତେଣୁ ସେମାନଙ୍କୁ ଅନୁସୂଚିତ ଜାତି ତାଲିକାରେ ରଖିବାର ଯଥାର୍ଥତା ନାହିଁ। ଦଳିତ ହିନ୍ଦୁଙ୍କ ପରି ସେମାନଙ୍କୁ କୌଣସି ସୁବିଧାସୁଯୋଗ ମିଳିବା ଉଚିତ ନୁହେଁ। ସତ୍ୟପାଠରେ କୁହାଯାଇଛି ଯେ, ଅନୁସୂଚିତ ଜାତିର ଚିହ୍ନଟୀକରଣ ଏକ ନିର୍ଦ୍ଦିଷ୍ଟ ସାମାଜିକ କଳଙ୍କ ଉପରେ ଆଧାରିତ ଯାହା ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶନାମା, ୧୯୫୦ରେ ଉଲ୍ଲେଖ ରହିଛି। ତାହା ହେଉଛି ଜାତି ଆଧାରରେ ଛୁଆଁ-ଅଛୁଆଁ ଭେଦଭାବ, ଯାହା ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜରେ ନାହିଁ। ହିନ୍ଦୁମାନଙ୍କ ଭିତରେ ରହିଥିବା ଏହି ଭେଦଭାବ କାରଣରୁ ବହୁ ଦଳିତ ହିନ୍ଦୁ ଉକ୍ତ ସାମାଜିକ କଳଙ୍କରୁ ନିଷ୍କୃତି ପାଇବା ପାଇଁ ଖ୍ରୀଷ୍ଟିଆନ ବା ଇସଲାମ ଧର୍ମ ଗ୍ରହଣ କରୁଛନ୍ତି। ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ଅନୁସୂଚିତ ଜାତି ବର୍ଗରେ ନେବା ସପକ୍ଷରେ ଜଷ୍ଟିସ୍ ରଙ୍ଗନାଥ ମିଶ୍ର କମିସନ ଯେଉଁ ରିପୋର୍ଟ ଦେଇଥିଲେ, ତାହା ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରଣାଳୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe