ପାଇପ୍‌ଯୋଗେ ପାନୀୟଜଳ ଉପରେ କେନ୍ଦ୍ରର ଗୁରୁତ୍ବ: ଜଳଶକ୍ତି ମନ୍ତ୍ରୀ

Advertisment
ପାଇପ୍‌ଯୋଗେ ପାନୀୟଜଳ ଉପରେ କେନ୍ଦ୍ରର ଗୁରୁତ୍ବ: ଜଳଶକ୍ତି ମନ୍ତ୍ରୀ

DNA India

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବାରେ ଆକାଂକ୍ଷୀ ଜିଲ୍ଲାମାନଙ୍କୁ ଯଥେଷ୍ଟ ଗୁରୁତ୍ବ ଦେଉଥିବା ଲୋକସଭାର ପ୍ରଶ୍ନକାଳରେ ବିଜେପି ସାଂସଦ ବସନ୍ତ କୁମାର ପଣ୍ଡାଙ୍କର ମୌଖିକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ।

ସାଂସଦ ବସନ୍ତ ପଣ୍ଡା ଆକାଂକ୍ଷୀ ଜିଲ୍ଲାମାନଙ୍କରେ ପାଇପ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପ୍ରଶ୍ନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶେଖାୱତ କହିଥିଲେ, ଜଳ ଜୀବନ ମିସନ କାର୍ଯ୍ୟକ୍ରମକୁ ପ୍ରାଥମିକତା ସ୍ବରୁପ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଲାଗୁ କରାଯାଇଛି। ପାଇପ୍‌ ପାଣି ସଂଯୋଗ ସାରା ଦେଶର ଗତିକୁ ତୁଳନା କଲେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସବୁଠାରୁ ଅଧିକ ପାଇପ ପାଣି ସଂଯୋଗ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ କହିଥିଲେ। ବିକାଶ ଧାରାର ପଛରେ ଥିବା ଆକାଂକ୍ଷୀ ଜିଲ୍ଲାମାନଙ୍କରେ ପାଇପ ପାନୀୟ ଜଳ ଯୋଗାଣର ଫାଇଦା ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଜଳ ରାଜ୍ୟର ବିଷୟ ହୋଇଥିବାରୁ ରାଜ୍ୟମାନଙ୍କୁ ଯୋଜନାଗୁଡ଼ିକର କ୍ରିୟାନ୍ବୟନ ସୁନିଶ୍ଚିତ କରିବାର ଅଧିକାର ରହିଛି ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିବା ସହିତ ସମୟ ସମୟରେ କେନ୍ଦ୍ରଦ୍ବାରା ଯୋଜନାଗୁଡିକର କାର୍ଯ୍ୟକାରିତାର ତଦାରଖ କରାଯାଇଥାଏ ବୋଲି ମଧ୍ୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe