ଅନଲାଇନରୁ ଆଇସକ୍ରିମ ମଗାଉଥିଲେ ହୋଇଯାଆନ୍ତୁ ସାବଧାନ! ବାହାରୁଛି ମଣିଷର କଟା ଆଙ୍ଗୁଳି ଓ ବିଛା

ଅନଲାଇନରୁ ଆଇସକ୍ରିମ ମଗାଉଥିଲେ ହୋଇଯାଆନ୍ତୁ ସାବଧାନ! ବାହାରୁଛି ମଣିଷର କଟା ଆଙ୍ଗୁଳି ଓ ବିଛା

ନୂଆଦିଲ୍ଲୀ: ମୁମ୍ବାଇର ପଶ୍ଚିମ ମାଲଦାରେ ରହୁଥିବା ଜଣେ୨୬ ବର୍ଷ ବୟସ୍କା ଡାକ୍ତର ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍‌ ବରାଦ କରିଥିଲେ। ସେଥିରୁ ମଣିଷର କଟା ଆଙ୍ଗୁଳି ବାହାରିବା ଘଟଣା ଥମି ନଥିବା ବେଳେ ନୋଏଡାରେ ଆଇସକ୍ରିମ ଭିତରୁ ଜୀବନ୍ତ ବିଛା ବାହାରିଥିବା ମାମଲା ସାମ୍ନାକୁ ଆସିଛି।

ସୂଚନାମୁତାବକ, ନୋଏଡା ସେକ୍ଟର-୧୨ରେ ଦୀପା ତାଙ୍କ ପରିବାର ସହିତ ବସବାସ କରନ୍ତି। ନିକଟରେ ତାଙ୍କ ପିଲାମାନେ ଅନ୍‌ଲାଇନ୍‌ ଜରିଆରେ ୧୯୫ଦେଇ ଅମୁଲ ଭାନିଲା ମ୍ୟାଜିକ୍‌ ଫ୍ଲେଭର ଆଇସ୍‌କ୍ରିମ ମଗାଇଥିଲେ। ଦୀପାଙ୍କ ପିଲାମାନେ ଯେତେବେଳେ ଆଇସ୍‌କ୍ରିମ ଖାଇବ‌ା ପାଇଁ ଡବା ଖୋଲିଥିଲେ ତା’ ଭିତରେ ଏକ ଜୀବନ୍ତ ବିଛା ଥିବା ଦେଖିବାକୁ ମିଳିଥିଲା।

ତୁରନ୍ତ ଏନେଇ ଦୀପା ବ୍ଲିଙ୍କଇଟ୍‌ରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନି ତୁରନ୍ତ ତାଙ୍କ ଟଙ୍କା ଫେରସ୍ତ କରିଥିଲା କିନ୍ତୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ‌ଦେଇ ନଥିଲା।

ଏହି ଘଟଣାକୁ ନେଇ ଦୀପା କହିଛନ୍ତି, ଅନଲାଇନରୁ ଗ୍ରାହକମାନେ କମ୍ପାନି ଉପ‌ରେ ଏକ ବିଶ୍ବାସ ରଖି ଖାଦ୍ୟ ମଗାଇଥାଆନ୍ତି। କାରଣ କମ୍ପାନି ବାରମ୍ବାର ଦାବି କରି କହିଥାଏ କି ସେମାନେ ପ୍ରଥମେ ନିଜ ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ‌ରେ ରଖି ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। କିନ୍ତୁ ଯଦି ଗ୍ରାହକଙ୍କୁ ମଣିଷର କଟା ଆଙ୍ଗୁଳି ଯୁକ୍ତ ଓ ବିଛା ପଡ଼ିଥିବା ଖାଦ୍ୟ ମିଳୁଛି ତେବେ ଏହା ସେମାନଙ୍କ ଜୀବନ ପ୍ରତି କେତେ ବିପଦ ଥରେ ଚିନ୍ତା କରି ଦେଖନ୍ତୁ। ଏପରି ଖାଦ୍ୟ ଖାଇବା ଦ୍ବାରା ଗ୍ରାହକଙ୍କ ସହିତ ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe