www.indiatoday.in
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ଗୋଟାଏ ଦିନ ପରେ ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ ବୁଧବାର ଦିନ କୋଲକାତାର ଆରଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି। ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରମାନେ ଧର୍ମଘଟ କରିବା ନେଇ ସୁପ୍ରିମକୋର୍ଟ ଦୁଷ୍କର୍ମ ଓ ହତ୍ୟା ଘଟିଥିବା ସ୍ଥାନରେ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୟରେ, ସିବିଆଇ ଅଧିକାରୀମାନେ ଆରଜି କର ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ଡକ୍ଟର ସନ୍ଦୀପ ଘୋଷଙ୍କର ମିଥ୍ୟା ଚିହ୍ନଟ ପରୀକ୍ଷା ବା ଲାଏ ଡିଟେକ୍ଟର ଟେଷ୍ଟ୍ କରିପାରନ୍ତି। ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟାକୁ ନେଇ କୋଲକାତାରେ ବିରୋଧ ପରେ ସେ ଇସ୍ତଫା ଦେଇଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।
ପଚରାଉଚରା ପାଇଁ ଘୋଷ ପୂର୍ବରୁ ଯାଞ୍ଚ ଏଜେନ୍ସିରେ ହାଜର ହୋଇସାରିଛନ୍ତି। ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, "ଆମେ ଘୋଷଙ୍କ ଉତ୍ତରଗୁଡିକୁ ଅଧିକ ଯାଞ୍ଚ୍ କରିବାକୁ ଚାହୁଁଛୁ, କାରଣ ଆମର ପ୍ରଶ୍ନର କିଛି ଉତ୍ତର ସ୍ପଷ୍ଟ ନାହିଁ। ତେଣୁ ଆମେ ତାଙ୍କ ଉପରେ ପଲିଗ୍ରାଫ୍ ପରୀକ୍ଷା କରିବାର ବିକଳ୍ପ ଉପରେ ବିଚାର କରୁଛୁ।"
Follow Us