ହିଂସା ପ୍ରବଣ ମଣିପୁରରେ ଶାନ୍ତି କମିଟି ଗଠନ କଲେ କେନ୍ଦ୍ର ସରକାର

Advertisment
ହିଂସା ପ୍ରବଣ ମଣିପୁରରେ ଶାନ୍ତି କମିଟି ଗଠନ କଲେ କେନ୍ଦ୍ର ସରକାର

Scroll.in

ନୂଆଦିଲ୍ଲୀ: ହିଂସା ପ୍ରବଣ ମଣିପୁରରେ ଆଜି କେନ୍ଦ୍ର ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି। ରାଜ୍ୟପାଳ ଅନୁସୁୟା ୟୁକେ ଏହି କମିଟିର ମୁଖ୍ୟ ରହିବେ। କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା। ଏହି କମିଟିରେ ମଧ୍ୟ ପୂର୍ବତନ ପ୍ରଶାସନିକ ସେବା ଅଧିକାରୀ, ଶିକ୍ଷାବିତ, କଳାକାର, ସାମାଜିକ କର୍ମୀ ଏବଂ ଏଥନିକ ଗ୍ରୁପ୍‌ର ପ୍ରତିନିଧି ରହିଛନ୍ତି। ମଣିପୁରରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ପ୍ରକ୍ରିୟା ପାଇଁ ଏହି କମିଟି କାର୍ଯ୍ୟ କରିବ। ବିବାଦୀୟ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଦିଗରେ କମିଟି ପ୍ରମୁଖ ଭୂମିକା ନିର୍ବାହ କରିବ। ଉଲ୍ଲେଖ‌ଯୋଗ୍ୟ ଯେ ସରକାରଙ୍କ ଲଗାତାର ଉଦ୍ୟମ ସତ୍ତ୍ବେ ମଣିପୁରରେ ଶାନ୍ତି ଫେରିବାର ନାଁ ନେଉନି। ଗତକାଲି ପୁଣିଥରେ ମଣିପୁରରେ ସଦ୍ୟ ହିଂସା‌ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି। ଶାହ ଗତ ମେ’ ୨୯ରୁ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ମଣିପୁର ଗସ୍ତରେ ଥିଲେ। ରାଜ୍ୟରେ ଶାନ୍ତି ଫେରାଇ ଆଣିବାପାଇଁ ଶାହ ପ୍ରତିଶ୍ରୁତି ଦେଇଥିଲେ। ଶାହ ମଧ୍ୟ ଏକ ଶାନ୍ତି କମିଟି ଗଠନ ପାଇଁ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ଗତକାଲି ଜଣେ ଡିଜିଆଇ ରୢାଙ୍କ ଅଫିସରଙ୍କ ଅଧୀନରେ ଏକ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ସିବିଆଇ ଟିମ୍‌ ଗଠନ ହେବାପରେ ଆଜି ଶାନ୍ତି କମିଟି ଗଠନ ହୋଇଛି। ମଣିପୁର ହିଂସା ଘଟଣାରେ ସିବିଆଇ ୬ଟି ଏତଲା ରୁଜୁ କରିଛି। କେନ୍ଦ୍ର ସରକାର ମଧ୍ୟ ଗତ ରବିବାର ଦିନ ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିସନ୍‌ ଗଠନ କରିଛନ୍ତି। ଗୌହାଟୀ ହାଇକୋର୍ଟ ମୁଖ୍ୟ ବିଚାରପତି ଅଜୟ ଲାମ୍ବା ଏହି କମିସନର ମୁଖ୍ୟ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe