କରୋନା ଭେକ୍ସିନ୍ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ପୁଣି ଥରେ ଲଗାଇବାକୁ କେନ୍ଦ୍ର ପ୍ରସ୍ତୁତି ଚଳାଇଛି

Advertisment
କରୋନା ଭେକ୍ସିନ୍ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ପୁଣି ଥରେ ଲଗାଇବାକୁ କେନ୍ଦ୍ର ପ୍ରସ୍ତୁତି ଚଳାଇଛି

Image Courtesy: Hindustan

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସହ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଛି। କେନ୍ଦ୍ର ସରକାର ଏବେ ଏହି ରାଜ୍ୟଗୁଡକରେ କୋଭିଡ୍-୧୯ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ପୁଣି ଥରେ ଲଗାଇବାକୁ ଯୋଜନା କରୁଛି। ନିର୍ବାଚନର ତାରିଖ ଘୋଷଣା ଓ ଆଦର୍ଶ ଆଚରଣ ସଂହିତା ଲାଗୁ ହେବା ପରେ ଜାନୁଆରି ୮ରେ ପାଞ୍ଚଟି ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ,ମଣିପୁର, ଗୋଆରେ କରୋନା ଟିକାକରଣ ପ୍ରମାଣପତ୍ରରରୁ ମୋଦୀଙ୍କ ଫଟୋ ହଟାଇ ଦିଆଯାଇଥିଲା।

ଏକ ସରକାରୀ ସୂଚନା ଅନୁସାରେ, କେନ୍ଦ୍ରୀୟ ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ ଏହି ରାଜ୍ୟଗୁଡିକରେ କୋଭିଡ୍ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛାପିବାକୁ ସର୍ବୋଚ୍ଚ ପ୍ରାଥମିକ ଆଧାରରେ ପୁଣି ଥରେ ଆରମ୍ଭ କରିବାକୁ ଇଛ୍ଥା ପ୍ରକଟ କରିଛନ୍ତି। ସୂତ୍ର ଅନୁସାରେ ଏହି ୫ଟି ରାଜ୍ୟରେ ଲୋକମାନଙ୍କୁ ଦିଆଯାଉଥିବା କୋଭିଡ୍-୧୯ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଦେବାକୁ କୋଭିଡ୍ ପୋର୍ଟାଲରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ।

ଦେଶରେ ଚାଲିଥିବା ଟିକାକରଣର କଥା ଯଦି ଆଲୋଚନା କରାଯାଏ ତେବେ ୧୮୨.୫୧ କୋଟି ଭେକ୍ସିନ୍ ଦିଆଯାଇଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ୧୨ରୁ ୧୪ ବର୍ଷ ବର୍ଷର ବାଳକଙ୍କୁ ୮୮ ଲକ୍ଷରୁ ଅଧିକ ଟିକା ଦିଆଯାଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ହ୍ରାସ ହେଉଥିବା ମଧ୍ୟରେ ଗତ ୨୪ ଘଣ୍ଟାରେ କରୋନା ଯୋଗୁଁ ୪,୧୦୦ ଲୋକ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe