Image Courtesy of Citizen Tanzania
ନୂଆଦିଲ୍ଲୀ: ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଯଦି କେହି ବାପା-ମା ଚାଁହୁଥାନ୍ତି, ତେବେ ସରକାର ସେମାନଙ୍କୁ ମନା କରିପାରିବେ ନାହିଁ | ଆଜି ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ପରିବାର ଯୋଜନା ବା ଫ୍ୟାମିଲି ପ୍ଲାନିଂ ସମ୍ବଦ୍ଧିତ ଏକ ମାମଲାରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ଉପରେ କେନ୍ଦ୍ର ସରକାର କହିଛନ୍ତି ଯେ ବାଧ୍ୟତାମୂଳକ ଫ୍ୟାମିଲି ପ୍ଲାନିଂ କରିବାକୁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ।
କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଯେ ଆନ୍ତର୍ଜାତୀୟ ସ୍ତରରେ ସନ୍ତାନ ପ୍ରସବ କରିବାକୁ ବାଧ୍ୟତାମୂଳକ ଆଇନ ପ୍ରଣୟନ କରିଥିବା ଦେଶ କ୍ଷତିଗ୍ରସ୍ତ ହୋଇଛନ୍ତି । ଏପରି କରିବା ଦ୍ୱାରା ପୁରୁଷ ଓ ମହିଳା ଜନସଂଖ୍ୟାକୁ ସନ୍ତୁଳନ କରିବା କଷ୍ଟସାଧ୍ୟ ହୋଇଛି । ସୂଚନା ଥାଉ କି ସୁପ୍ରିମକୋର୍ଟରେ ଜନସଂଖ୍ୟା ବୃଦ୍ଧି ନେଇ ଏକ ଯାଚିକା ଦାଖଲ କରାଯାଇଥିଲା |
ଦେଶର ପ୍ରତ୍ୟେକ ଦମ୍ପତ୍ତିଙ୍କୁ କେବଳ ଦୁଇଟି ସନ୍ତାନ ପାଇବାକୁ ଅନୁମତି ଦିଆଯାଉ ବୋଲି ଏହି ଆବେଦନରେ ଦାବି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର କହିଛନ୍ତି ଯେ ଗତ ଦୁଇ ଜନଗଣନା ତଥ୍ୟରୁ ଜଣାପଡିଛି ଯେ ଲୋକମାନେ ନିଜେ ଦୁଇଟି ସନ୍ତାନର ପିତା-ମାତା ହେବାକୁ ଚାହୁଁଛନ୍ତି। ତେଣୁ ସନ୍ତାନ ଜନ୍ମ ନେଇ କାହାକୁ ବାଧ୍ୟ କରାଯାଇପାରିବ ନାହିଁ।
Follow Us