କୋଲକାତା : ନିର୍ବାଚନ ସରି ଯାଇଥିଲେ ମଧ୍ୟ ଏବେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀ ଉପସ୍ଥିତ ଥିବାରୁ ଟିଏମ୍ସି ଏହାର ତୀବ୍ର ବିରୋଧ କରିଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଗତ ରବିବାର ଦିନ କହିଥିଲେ ଯେ ନିର୍ବାଚନ ସରିଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଅଧିକ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେନାବାହିନୀ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗରୁ କେନ୍ଦ୍ରୀୟ ସାମରିକ ବାହିନୀକୁ ପ୍ରତ୍ୟାହାର କରିନେଲେ ଟିଏମ୍ସି କର୍ମୀମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ୍ କରିପାରନ୍ତି। ସମ୍ଭାବ୍ୟ ହିଂସାକୁ ନଜରରେ ରଖି ସୀତାରମଣ ଏହି ବୟାନ ରଖିଥିଲେ। କିନ୍ତୁ ଟିଏମ୍ସି ଏହାକୁ ବିରୋଧ କରିଛି। ପଶ୍ଚିବଙ୍ଗରେ କ’ଣ ବିଜେପି ଦ୍ବାରା ଜରୁରୀ ପରିସ୍ଥିତି ଘୋଷଣା ହେଲା କି ବୋଲି ଟିଏମ୍ସି ପ୍ରଶ୍ନ କରିଛି। ବିଜେପି ଏବଂ ଆରଏସଏସ୍ ସଦସ୍ୟମାନେ କେନ୍ଦ୍ରୀୟ ବାହିନୀର ଛଦ୍ମବେଶରେ ନାଗରିକମାନଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଟିଏମ୍ସି ଅଭିଯୋଗ କରିଛନ୍ତି। ତେବେ ନିର୍ବାଚନ ଫଳାଫଳ ପରବର୍ତ୍ତୀ କୌଣସି ହିଂସାର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ୨୦୦ କମ୍ପାନି କେନ୍ଦ୍ରୀୟ ବାହିନୀ ଉପସ୍ଥିତ ରହିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବାହିନୀର ଉପସ୍ଥିତିକୁ ବିରୋଧ କଲା ଟିଏମ୍ସି
Advertisment
Follow Us