ଖାଉଟିଙ୍କୁ ଜିଏସଟି ଲାଭ ସୁନିଶ୍ଚିତ କରାଅ

Advertisment

ରାଜ୍ୟମାନଙ୍କୁ କେନ୍ଦ୍ରର ପତ୍ର

ରାଜ୍ୟମାନଙ୍କୁ କେନ୍ଦ୍ରର ପତ୍ର

ଆସନ୍ତା ବର୍ଷରେ ଜିଏସଟି ରାଜସ୍ୱ ମାସିକ ୧ ଲକ୍ଷ କୋଟି ଟପିବ

ନୂଆଦିଲ୍ଲୀ : ଜିଏସଟିର ଲାଭ ଯେଭଳି ଉପଭୋକ୍ତାମାନଙ୍କୁ ମିଳିପାରିବ ତାହା ସୁନିଶ୍ଚିତ କରିବାପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ବସ୍ତୁ ଗୁଡ଼ିକର ଦର ଜିଏସଟି ଲାଗୁ ହେବାପରେ ହ୍ରାସ ପାଇଛି ତା’ର ଲାଭ ଯେପରି ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିବ ସେ ସମ୍ପର୍କରେ କେନ୍ଦ୍ର ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି। ଜିଏସଟି ଲାଗୁହେବାର ୩ ମାସ ବିତିଯିବା ପରେ ମଧ୍ୟ ଦର ହ୍ରାସ ହେବାର ଫାଇଦା ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚିପାରୁନାହିଁ। ଅନେକ ସ୍ଥାନରେ ଏମଆରପି ଉପରେ ମଧ୍ୟ ଜିଏସଟି ଆଦାୟ କରାଯିବାର ଅଭିଯୋଗ ଆସୁଛି।

କେନ୍ଦ୍ର ଖାଉଟି ମନ୍ତ୍ରାଳୟ ପକ୍ଷରୁ ଏନେଇ ରାଜ୍ୟମାନଙ୍କୁ ବ୍ୟାପକ ଯାଞ୍ଚ କରିବାପାଇଁ ମଧ୍ୟ କୁହାଯାଇଛି। ଉପଭୋକ୍ତାମାନଙ୍କ ଅଭିଯୋଗ ଆସିବାପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ରାଜ୍ୟମାନଙ୍କୁ କୁହାଯାଇଛି। ଯଦି ଅଭିଯୋଗ ସତ୍ୟ ବୋଲି ଜଣାପଡ଼େ ତେବେ ସମ୍ପୃକ୍ତ ଏଜେନ୍ସିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଜିଏସଟି ଲାଗୁ ହେବାପରେ ଦେଶର ବିଭିନ୍ନ ରାଜ୍ୟରେ ପାଖାପାଖି ୫୦୦ରୁ ଅଧିକ ଅଭିଯୋଗ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe