କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ପାସ୍‍

କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ପାସ୍‍

The Learning Point

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଏପ୍ରିଲ ୧୪ ପର୍ଯ୍ୟନ୍ତ ଦେଶ ଲକ୍‍ ଡାଉନ୍‍ ହୋଇଛି। ଏହି ସମୟରେ ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା, ପରୀକ୍ଷା, ମୂଲ୍ୟାୟନ ଆଦି ବନ୍ଦ ରହିବ। ତାହାକୁ ନଜରରେ ରଖି କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଅଧୀନ ବିଦ୍ୟାଳୟଗୁଡିକରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କୁ ପାସ୍‍ କରିଦିଆଯାଇଛି। ପରୀକ୍ଷା ହେଇ ଥାଉ କି ନଥାଉ ସବୁ ପିଲା ଉପର ଶ୍ରେଣୀକୁ ଉନ୍ନୀତ ହେବେ।

ଅନ୍ୟପକ୍ଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‍ଇ) ପକ୍ଷରୁ କରୋନା ସମ୍ପର୍କରେ ସଚେତନ ଲାଗି ହେଲ୍ପଲାଇନ୍‍ ନମ୍ବର ଜାରି କରାଯାଇଛି। ଆସନ୍ତା ୩୧ ତାରିଖ ଯାଏ ଛାତ୍ରଛାତ୍ରୀ ହେଲ୍ପଲାଇନ୍‍ ନମ୍ବରରେ ଯୋଗଯୋଗ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିପାରିବେ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ହେଲ୍ପ ଲାଇନ ନମ୍ବର-୯୮୯୯୯୯୧୨୭୪, ୮୮୨୬୬୩୫୫୧୧, ୯୭୧୭୬୭୫୧୯୬ ଓ ୯୯୯୯୮୧୪୫୮୯)ରେ ଯୋଗାଯୋଗ କରିପାରିବେ। ଅପରାହ୍‌ଣ ୨ଟାରୁ ୫ଟା ଭିତରେ ହେଲ୍ପଲାଇନ୍‍ ନମ୍ବର-୯୮୧୧୮୯୨୪୨୪, ୯୮୯୯୦୩୨୯୧୪, ୯୫୯୯୬୭୮୯୪୭, ୭୬୭୮୪୫୫୨୧୭ ଓ ୭୨୧୦୫୨୬୬୨୧ରେ ଯୋଗାଯୋଗ କରିପାରିବେ। ଘରେ ରହି କିଭଳି ପଢ଼ିହେବ ଓ ଦିନର ପ୍ଲାନ୍‍ କରିହେବ ସେ ସର୍ମ୍ପକରେ ମଧ୍ୟ ଅବଗତ ହୋଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe