ବିଦ୍ୟୁତ୍ ଚାଳିତ ଯାନ ଉତ୍ପାଦନ ପାଇଁ ୨୫,୯୩୮ କୋଟି ଦେଲେ କେନ୍ଦ୍ର ସରକାର, ୭.୬ଲକ୍ଷ ଲୋକ ପାଇବେ ଚାକିରି

ବିଦ୍ୟୁତ୍ ଚାଳିତ ଯାନ ଉତ୍ପାଦନ ପାଇଁ ୨୫,୯୩୮ କୋଟି ଦେଲେ କେନ୍ଦ୍ର ସରକାର, ୭.୬ଲକ୍ଷ ଲୋକ ପାଇବେ ଚାକିରି

zee News

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦୀର୍ଘ ଦିନ ଧରି ଅସୁବିଧା ଭୋଗୁଥିବା ମୋଟରଯାନ ଶିଳ୍ପ‌କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବିଦ୍ୟୁତ୍ ଚାଳିତ ଯାନ ଉତ୍ପାଦନ, ହାଇଡ୍ରୋଜେନ୍ ଇନ୍ଧନ ଯାନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୫,୯୩୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୋଟରଯାନ ଶିଳ୍ପ‌କ୍ଷେତ୍ର ସହ ଡ୍ରୋନ୍ ସେକ୍ଟର ପାଇଁ ବଡ଼ ଘୋଷଣା କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାର ଡ୍ରୋନ ସେକ୍ଟର ପାଇଁ ୧୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ସରକାରୀ ଆକଳନ ଅନୁଯାୟୀ, ୭.୬ ଲକ୍ଷ ଲୋକଙ୍କୁ ମୋଟରଯାନ ଶିଳ୍ପ‌କ୍ଷେତ୍ରରେ ଚାକିରି ମିଳିବ। ଦେଶରେ ବୈଦ୍ୟୁତିକ ଯାନର ଉତ୍ପାଦନ ବୃଦ୍ଧି ହେବା ସହ ପାଞ୍ଚ ବର୍ଷ ମଧ୍ୟରେ ୪୨,୫୦୦ କୋଟି ଟଙ୍କା ବିନିଯୋଗର ସୁଯୋଗ ସୃଷ୍ଟି କରିବ |

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଟେଲିକମ୍ କ୍ଷେତ୍ରରେ ୯ଟି ପ୍ରମୁଖ ଗଠନମୂଳକ ସଂସ୍କାର କରାଯାଉଛି। ଆଡଜଷ୍ଟେଡ୍‌ ଗ୍ରସ୍ ରେଭିନ୍ୟୁ(ଏଜିଆର)ର ସଂଜ୍ଞା ପରିବର୍ତ୍ତନ କରି, ଅଣ ଟେଲିକମ୍ ରାଜସ୍ୱ ଏଥିରୁ ବାଦ ଦିଆଯିବ | ଦୀର୍ଘ ଦିନ ଧରି ଏଜିଆର ଏକ ବିବାଦୀୟ ପ୍ରସଙ୍ଗ ହୋଇଆସୁଛି। ସେଥିପାଇଁ ଏହାର ସଂଜ୍ଞା ପରିବର୍ତ୍ତନ କରାଯାଇଛି। ସେ କହିଛନ୍ତି ଯେ ପରବର୍ତ୍ତୀ ଯେକୌଣସି ସ୍ପେକ୍ଟ୍ରମ ନିଲାମ ହେବ, କମ୍ପାନିଗୁଡ଼ିକୁ ୩୦ବର୍ଷ ପର୍ଯ୍ୟନ୍ତ ସ୍ପେକ୍ଟ୍ରମ ରଖିବାକୁ ଅନୁମତି ଦିଆଯିବ।

KSEB pulls the plug on free charging of e-vehicles - techiai.com Techiai.com

ଏହା ସହ ସେ କହିଛନ୍ତି ଯେ, ଟେଲିକମ୍ ସେକ୍ଟରରେ ଏବେ ୧୦୦% ଏଫଡିଆଇକୁ ଅନୁମତି ଦିଆଯାଇଛି | ଏହା ବ୍ୟତୀତ ଗ୍ରାହକଙ୍କ ସମସ୍ତ କେୱାଇସି ଫର୍ମ ବର୍ତ୍ତମାନ ଡିଜିଟାଇଜ୍ ହେବ ବୋଲି ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନଠାରୁ ଟେଲିକମ୍ ପାଇଁ ସମସ୍ତ ପ୍ରକାରର କେୱାଇସି ଡିଜିଟାଇଜ୍ ହେବ। ଏନେଇ କୌଣସି ଫର୍ମ କିମ୍ବା କାଗଜପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। ଟେଲିକମ୍ କ୍ଷେତ୍ରକୁ ସମସ୍ତ ଦେୟ ପାଇଁ ଚାରି ବର୍ଷର ମୋରାଟୋରିୟମ ପ୍ରଦାନ କରାଯିବ। ଅର୍ଥାତ, ସେମାନେ ସେମାନଙ୍କର ଦେୟ ଚାରି ବର୍ଷ ପାଇଁ ସ୍ଥଗିତ କରିପାରିବେ | ଏଥିରେ ଏଜିଆର ଏବଂ ସ୍ପେକ୍ଟ୍ରମର ସମସ୍ତ ବକେୟା ଦେୟ ଅନ୍ତର୍ଭୂକ୍ତ ହେବ | କିନ୍ତୁ ସେମାନଙ୍କୁ ଏହି ଅବଧି ମଧ୍ୟରେ ବକେୟା ଉପରେ ସୁଧ ଦେବାକୁ ପଡିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe