ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପ୍ରିଲରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ତିନିମାସ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହିତାଧିକାରୀଙ୍କୁ ମାଗଣା ଏଲପିଜି ରିଫିଲ୍ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ରବିବାର କହିଛନ୍ତି । ସରକାରୀ ବିବୃତି ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ତୈଳ କମ୍ପାନୀଗୁଡିକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏଲପିଜି ସିଲିଣ୍ଡରର ମାଗଣା ବିତରଣ ପାଇଁ ପ୍ରାୟ ୭,୧୫ କୋଟି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହିତାଧିକାରୀ ଆକାଉଣ୍ଟକୁ ୫,୬୦୬ କୋଟି ଟଙ୍କା ପଠାଇବା ଆରମ୍ଭ କରିଛନ୍ତି। ଏହା ସହ ଲକଡାଉନ ପରଠାରୁ ଦେଶରେ ପ୍ରତିଦିନ ପ୍ରାୟ ୬୦ଲକ୍ଷ ସିଲିଣ୍ଡର ବିତରଣ କରାଯାଉଥିବା ଜଣାପଡିଛି ।
The Economic Timesବିବୃତିରେ ଆହୁରି ମଧ୍ୟ ଲେଖାଯାଇଛି କି, ଏହି ଯୋଜନା ଏପ୍ରିଲ ୧ରୁ ଆରମ୍ଭ ହୋଇଥିଲା ଏବଂ ଏହା ଜୁନ୍ ୩୦ପର୍ଯ୍ୟନ୍ତ ଜାରି ରହିବ। ଏହି ଯୋଜନା ଅନୁଯାୟୀ ତୈଳ କମ୍ପାନୀଗୁଡିକ ୧୪.୨ କିଲୋଗ୍ରାମ ରିଫିଲ୍ କିମ୍ବା ୫ କିଲୋଗ୍ରାମ ରିଫିଲର ଆରଏସପି ସହିତ ସମାନ ଅଗ୍ରୀମ ସ୍ଥାନାନ୍ତର କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଗ୍ରାହକଙ୍କ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଉଛି | ଗ୍ରାହକ ଏଲପିଜି ସିଲିଣ୍ଡର ରିଫିଲ୍ କରିବା ପାଇଁ ଏହି ଅଗ୍ରୀମ ଟଙ୍କା ବ୍ୟବହାର କରିପାରିବେ | ଏହା ସହ ଡ୍ୟୁଟି କରିବା ସମୟରେ ଯଦି କୌଣସି ଶୋ’ରୁମ୍ କର୍ମଚାରୀ, ଗୋଡାଉନ୍ ରକ୍ଷକ, ମେକାନିକ୍ସ, ଡେଲିଭରୀ ବଏଙ୍କ ମୃତ୍ୟୁ ଘଟୁଛି , ତେବେ ତୈଳ କମ୍ପାନୀ - ଆଇଓସିଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ ଏକକାଳୀନ ସ୍ୱତନ୍ତ୍ର ପଦକ୍ଷେପ ଭାବରେ ପ୍ରତ୍ୟେକଙ୍କୁ ୫ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।
Follow Us