ପ୍ରଥମ ମହିଳା ସିଆଇଏସ୍‌ଏଫ୍‌ ରିଜର୍ଭ ବାଟାଲିୟନକୁ କେନ୍ଦ୍ରର ମଞ୍ଜୁରି

ସମଗ୍ର ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେନାରେ ଯୋଗଦେବା ପାଇଁ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି।

gjgdjjdgggj

ନୂଆଦିଲ୍ଲୀ: ସମଗ୍ର ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେନାରେ ଯୋଗଦେବା ପାଇଁ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି। ଏହି ବାଟାଲିୟନରେ ୧୦୦୦ରୁ ଅଧିକ ମହିଳା ଯବାନ ରହିବେ। 

ସୂଚନା ଅନୁସାରେ ସିଆଇଏସ୍‌ଏଫ୍‌ରେ ବର୍ତ୍ତମାନ ପ୍ରାୟ ୨,୦୦,୦୦୦ ଯବାନ ଅଛନ୍ତି। ପୂର୍ବରୁ ସିଆଇଏସ୍‌ଏଫ୍‌ ଏକ ମହିଳା ବାଟାଲିୟନ ଗଠନ ପାଇଁ ଅନୁରୋଧ କରିଥିଲା, ଯାହାକୁ ବର୍ତ୍ତମାନ ମଞ୍ଜୁର କରାଯାଇଛି ବୋଲି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସିଆଇଏସ୍‌ଏଫ୍‌ର ଡେପୁଟି ଇନ୍ସପେକ୍ଟର ଜେନେରାଲ ଦୀପକ ବର୍ମା ଏକ ବିବୃତିରେ କହିଛନ୍ତି ଯେ ସିଆଇଏସ୍‌ଏଫ୍‌ ମୁଖ୍ୟାଳୟ ନୂତନ ବାଟାଲିୟନର ମୁଖ୍ୟାଳୟ ପାଇଁ ଶୀଘ୍ର ନିଯୁକ୍ତି, ପ୍ରଶିକ୍ଷଣ ଓ ସ୍ଥାନ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହିଳା ରିଜର୍ଭ ୟୁନିଟରେ ଜଣେ ବରିଷ୍ଠ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୧୦୨୫ ଜଣ କର୍ମଚାରୀ ରହିବେ। ବର୍ତମାନ ସିଆଇଏସ୍‌ଏଫ୍‌ ୧୨ଟି ରିଜର୍ଭ ବାଟାଲିୟନର ରକ୍ଷଣାବେକ୍ଷଣ କରୁଛି।

ନିର୍ବାଚନ ସମୟରେ ସୁରକ୍ଷା ଭଳି ଅସ୍ଥାୟୀ ଦାୟିତ୍ୱ ସହ ନିକଟରେ ସେମାନଙ୍କୁ ସଂସଦ ଭବନ ସୁରକ୍ଷା ଦାୟିତ୍ବ ଦିଆଯାଇଛି। ୬୮ଟି ବେସାମରିକ ବିମାନବନ୍ଦର, ଦିଲ୍ଲୀ ମେଟ୍ରୋ, ତାଜମହଲ ଓ ଲାଲକିଲ୍ଲା ଭଳି ଐତିହାସିକ ସ୍ମାରକୀ ଏହି ବାହିନୀର ସୁରକ୍ଷାରେ ରହିଛି। ଏହା ବ୍ୟତୀତ ସେମାନେ ବେଙ୍ଗାଲୁରୁ ଓ ପୁଣେସ୍ଥିତ ଇନଫୋସିସ୍ କାର୍ଯ୍ୟାଳୟ, ଜାମନଗର (ଗୁଜରାଟ)ର ରିଲାଏନ୍ସ ବିଶୋଧନାଗାର ଭଳି ଘରୋଇ କ୍ଷେତ୍ର ଏବଂ ଏରୋସ୍ପେସ୍ କ୍ଷେତ୍ରରେ ଥିବା ଅନେକ କେନ୍ଦ୍ରକୁ ଆତଙ୍କବାଦ ନିରୋଧୀ ସୁରକ୍ଷା ପ୍ରଦାନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe