ନୂଆଦିଲ୍ଲୀ: କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ୪-୮ ସପ୍ତାହ ବ୍ୟବଧାନ ରଖିବାକୁ କହିଲା କେନ୍ଦ୍ର। କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ୨୮ଦିନ ପରିବର୍ତ୍ତେ ୪-୮ ସପ୍ତାହ ବ୍ୟବଧାନ ରଖିବାକୁ କହିଛନ୍ତି କେନ୍ଦ୍ର ସରକାର। ଏନଟିଏଜିଆଇ ଏବଂ ଏନଇଜିଭିଏସିର ସୁପାରିଶକୁ ଆଧାର କରି ବ୍ୟବଧାନକୁ ୪-୮ ସପ୍ତାହ କରିବାକୁ କେନ୍ଦ୍ର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି କେନ୍ଦ୍ର ସରକାର।
ଯଦି କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜ ୨୮ଦିନର ବ୍ୟବଧାନ ପରିବର୍ତ୍ତେ ୪-୮ ସପ୍ତାହ ବ୍ୟବଧାନରେ ଦିଆଯାଏ ତେବେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୃଦ୍ଧି ପାଉଥିବା ଦାବି କରିଛି ଏନଟିଏଜିଆଇ ଏବଂ ଏନଇଜିଭିଏସି। ଏ ନେଇ କେନ୍ଦ୍ର ସରକାରଙ୍କୁ ଏନଟିଏଜିଆଇ ଏବଂ ଏନଇଜିଭିଏସି ଜଣାଇବା ପରେ ଏବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ୪-୮ ସପ୍ତାହ ବ୍ୟବଧାନ ରଖିବାକୁ କହିଛନ୍ତି।
Free Press Journalକେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୋମବାର ଦିନ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏନଟିଏଜିଆଇ ଏବଂ ଏନଇଜିଭିଏସିର ସୁପାରିଶକୁ ଗ୍ରହଣ କରିଛି ଏବଂ ଏହା ପରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଉଛି ଯେ, ପ୍ରଥମ ଡୋଜର ୨୮ଦିନ ପରିବର୍ତ୍ତେ ୪-୮ ସପ୍ତାହ ମଧ୍ୟରେ ହିତାଧିକାରୀଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ ଦିଆଯିବା ଉଚିତ।
ବର୍ତ୍ତମାନ ଲୋକଙ୍କୁ ୨୮ଦିନର ବ୍ୟବଧାନରେ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯାଉଛି। ତେବେ କୋଭିସିଲ୍ଡର ଦ୍ବିତୀୟ ଡୋଜ ଦେବାର ସମୟ ବ୍ୟବଧାନରେ ପରିବର୍ତ୍ତନ ଆସିଥିଲେ ମଧ୍ୟ କୋଭାକ୍ସିନର ଦ୍ବିତୀୟ ଡୋଜ ପୂର୍ବଭଳି ୨୮ଦିନ ମଧ୍ୟରେ ଦିଆଯିବ ବୋଲି ଜଣାପଡ଼ିଛି।
Follow Us