Image Courtesy of TOI
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ତ୍ରିପୁରା ଏବଂ ତାମିଲନାଡୁ ଆଦି ରାଜ୍ୟରେ ଚାଲିଥିବା ପ୍ରତିମୂର୍ତ୍ତି ଭଙ୍ଗାରୁଜା କାଣ୍ଡକୁ ବୁଧବାର ଦିନ ତୀବ୍ର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ମୋଦି ଭଙ୍ଗାରୁଜା ଘଟଣା ଗୃହମନ୍ତ୍ରୀ ରାଜନାଥଙ୍କୁ କହିବା ପରେ ଗୃହ ବ୍ୟାପାର ମନ୍ତ୍ରାଳୟ ସବୁ ରାଜ୍ୟକୁ ଏକ ଉପଦେଶାବଳୀ ପଠାଇଛନ୍ତି। ପ୍ରତିମୂର୍ତ୍ତି ଭଙ୍ଗା ନିଷିଦ୍ଧ କରିବା ଏବଂ ସେ ଭଳି କରୁଥିବା ବ୍ୟକ୍ତିମାନଙ୍କୁ ଆଇନ ଅନୁସାରେ ଗିରଫ କରିବାକୁ ଏଥିରେ କୁହାଯାଇଛି।
ଦେଶର ବିଭିନ୍ନ ଅଞ୍ଚଳରେ ପ୍ରତିମୂର୍ତ୍ତି ଭଙ୍ଗା ଯାଉଥିବା ଖବର ମିଳିଛି। ଏ ବିଷୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରି ଏ ଭଳି ଘଟଣାକୁ ଖୁବ୍ ନା ପସନ୍ଦ କରିଥିବା କଥା ଗୃହ ବ୍ୟାପାର ମନ୍ତ୍ରାଳୟ ଉପଦେଶାବଳୀରେ ଉଲ୍ଲେଖ ରହିଛି।
ଦକ୍ଷିଣ ତ୍ରିପୂରାରେ ଭ୍ଲାଦିମିର ଲେନିନ୍ଙ୍କର ଦୁଇଟି ପ୍ରତିମୂର୍ତ୍ତି ଏବଂ ତାମିଲନାଡୁର ଭେଲୋର ଜିଲ୍ଲାରେ ପେରିୟାର୍ଙ୍କର ଗୋଟିଏ ମୂର୍ତ୍ତି ଭଙ୍ଗା ଯାଇଛି।
ଜନ ସଙ୍ଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କୋଲକାତାସ୍ଥିତ ଆବକ୍ଷ ପ୍ରତିମୂର୍ତ୍ତିର ମୁହଁକୁ ବୁଧବାର ଦିନ ବିଦୀର୍ଣ୍ଣ କରାଯାଇଛି।
Follow Us