ବେଜିଙ୍ଗ୍ ସହ ସୀମାନ୍ତରେ ଉତ୍ତେଜନା ଚାଲିଥିବା ବେଳେ ‘ପବ୍‌ଜି’ ସମେତ ଆଉ ୧୧୮ଟି ଚୀନ୍ ମୋବାଇଲ୍ ଆପ୍ ନିଷିଦ୍ଧ କଲେ କେନ୍ଦ୍ର ସରକାର

ବେଜିଙ୍ଗ୍ ସହ ସୀମାନ୍ତରେ ଉତ୍ତେଜନା ଚାଲିଥିବା ବେଳେ ‘ପବ୍‌ଜି’ ସମେତ ଆଉ ୧୧୮ଟି ଚୀନ୍ ମୋବାଇଲ୍ ଆପ୍ ନିଷିଦ୍ଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚୀନ୍ ସହ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ବୁଧବାର ଦିନ ନରେନ୍ଦ୍ର ମୋଦୀ ସରକାର ଲୋକପ୍ରିୟ ‘ପବ୍‌ଜି’ ଆପ୍ ସମେତ ୧୮୮ଟି ଚୀନ୍ ମୋବାଇଲ୍ ଆପ୍‌ ନିଷିଦ୍ଧ କରିଛନ୍ତି।

ବୁଧବାର ଦିନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଏକ ବିବୃତିରେ ବୈଦ୍ୟୁତିକ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ କହିଛି, ଭାରତର ସାର୍ବଭୌମତ୍ତ୍ବ ଏବଂ ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଷ୍ଟ୍ର ଏବଂ ସର୍ବସାଧାରଣ ଶୃଙ୍ଖଳା ନିରାପତ୍ତା ପ୍ରତି ବିପଦ ଥିବା କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ସମ୍ପୃକ୍ତ ଆପ୍‌ଗୁଡ଼ିକ ନିଷେଧ କରାଯାଇଛି।

publive-image Image Courtesy of India Today

ଏହି ପଦକ୍ଷେପ କୋଟି କୋଟି ଭାରତୀୟ ମୋବାଇଲ୍‌ର ଓ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ସ୍ବାର୍ଥ ସୁରକ୍ଷିତ ରଖିବ। ଭାରତୀୟ ସାଇବର୍‌ସ୍ପେସ୍‌ର ନିରାପତ୍ତା, ସୁରକ୍ଷା ଏବଂ ସାର୍ବଭୌମତ୍ତ୍ବକୁ ସୁନିଶ୍ଚିତ କରିବା ହେଉଛି ଏହି ପଦକ୍ଷେପର ଲକ୍ଷ୍ୟ।

ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍ ପ୍ଲାଟ୍‌ଫର୍ମରେ ଉପଲବ୍ଧ କେତେକ ମୋବାଇଲ୍‌ ଆପ୍‌ର ଦୂ‌‌ରୁପଯୋଗ ହେଉଥିବା, ବ୍ୟବହାରକାରୀଙ୍କ ଡାଟା ଚୋରି ହୋଇ ଭାରତ ବାହାରେ ଅବସ୍ଥିତ ସର୍ଭର୍‌କୁ ସ୍ଥାନାନ୍ତର ହେବା ରିପୋର୍ଟ ସମେତ ଅନ୍ୟାନ୍ୟ କେତେକ ଉତ୍ସରୁ ଅନେକ ଅଭିଯୋଗ ଆସୁଥିଲା। ଏହାକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଜୁନ୍ ମାସରେ ମଧ୍ୟ ଭାରତ ଟିକ୍‌ଟକ୍, ୟୁସି ବ୍ରାଉଜର୍‌ ଏବଂ ୱିଚାଟ୍‌ ସମେତ ଅଧିକାଂଶ ଚୀନ୍ ଆପ୍‌ ସମେତ ୫୯ଟି ମୋବାଇଲ୍‌ ଆପ୍ ନିଷିଦ୍ଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe