ବୋମା ଧମକ ନେଇ ସୋସିଆଲ୍‌ ମିଡିଆ ସାଇଟ୍‌ ‘ଏକ୍ସ’ ଉପରେ ବର୍ଷିଲେ କେନ୍ଦ୍ର ସରକାର

Advertisment

ଗତ କିଛି ଦିନ ହେବ ଅନେକ ଭାରତୀୟ ଘରୋଇ ତଥା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ବୋମା ଧମକ ମିିଳି ସାରିଲାଣି। ଏହା ପରେ କେନ୍ଦ୍ର ସରକାର ବୁଧବାର ସୋସିଆଲ ମିଡିଆ ସହ ଏକ ବୈଠକ କରି ସମାଧାନର ବାଟ ଖୋଜିଛନ୍ତି।

ଗତ କିଛି ଦିନ ହେବ ଅନେକ ଭାରତୀୟ ଘରୋଇ ତଥା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ବୋମା ଧମକ ମିିଳି ସାରିଲାଣି। ଏହା ପରେ କେନ୍ଦ୍ର ସରକାର ବୁଧବାର ସୋସିଆଲ ମିଡିଆ ସହ ଏକ ବୈଠକ କରି ସମାଧାନର ବାଟ ଖୋଜିଛନ୍ତି।

www.indiatoday.in

ମୁମ୍ବାଇ: ଗତ କିଛି ଦିନ ହେବ ଅନେକ ଭାରତୀୟ ଘରୋଇ ତଥା ଆନ୍ତର୍ଜାତୀୟ ବିମାନଗୁଡ଼ିକୁ ବୋମା ଧମକ ମିିଳି ସାରିଲାଣି। ଏହି କାରଣରୁ  କେନ୍ଦ୍ର ସରକାର ବୁଧବାର ସୋସିଆଲ ମିଡିଆ ସହ ଏକ ବୈଠକ କରି ସମାଧାନର ବାଟ ଖୋଜିଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ବାରା ଏୟାରଲାଇନ୍ସ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଓ ମେଟାର ଅଧିକାରୀମାନଙ୍କ ସହ ଏକ ବୈଠକ ଡକା ଯାଇଥିଲା। ସେଥିରେ କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନଙ୍କ ଉପରେ ବର୍ଷି ଯାଇଛନ୍ତି। 

ଦିଲ୍ଲୀ ପୁଲିସ୍ ଅଭିଯୁକ୍ତ ବ୍ୟବହାରକାରୀଙ୍କ ସୋସିଆଲ୍‌ ମିଡିଆ ଆଇଡି କିମ୍ବା କିଛି ଡୋମେନର ସବିଶେଷ ତଥ୍ୟ ପାଇବାରେ ବିଫଳ ହେବା ପରେ କେନ୍ଦ୍ର ମାଇକ୍ରୋବ୍ଲଗିଂ ସାଇଟକୁ ଏବେ ଏହି ଦାୟିତ୍ବ ଦେଇଛନ୍ତି।

ଗତ ଆଠ ଦିନ ମଧ୍ୟରେ ୯୫ ରୁ ଅଧିକ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିିଳିବା ପରେ ଏକ  ଭୟର ବାତାବରଣ ସୃଷ୍ଟି ହୋଇଛି।

ପ୍ରଭାବିତ ବିମାନଗୁଡ଼ିକରେ ଆକାସା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରା ଆଦି ରହିଛି। ଏହି ବିମାନଗୁଡ଼ିକ ଦିଲ୍ଲୀରୁ ବିଭିନ୍ନ ଘରୋଇ ତଥା ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସେବା ଯୋଗାଇଥାନ୍ତି।

ବୋମା ଧମକ ସଂପର୍କରେ ଦିଲ୍ଲୀ ପୁଲିସ ଆଠଟି ମାମଲା ଦାୟର କରିଛିି। ଯେଉଁ ଏକ୍ସ ପୋଷ୍ଟ୍‌ଗୁଡ଼ିକରେ ଧମକ ମିଳିଥିଲା ସେହି ଆକାଉଣ୍ଟ୍‌ଧାରୀଙ୍କ ସଂପର୍କରେ ସୂଚନା ପାଇଁ କେନ୍ଦ୍ର ସରକାର ଏକ୍ସକୁ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁ ଅଭିମୁଖେ ଆକାସା ଏୟାର ବିମାନକୁ ଟାର୍ଗେଟ କରି ଏକ୍ସ ମାଧ୍ୟମରେ ମିଳିଥିବା ବୋମା ଧମକ ପରେ ଅକ୍ଟୋବର ୧୬ ତାରିଖରେ ପ୍ରଥମ ମାମଲା ପଞ୍ଜିକୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe