ଏକାଥରକେ କିଣାଗଲା ୫,୦୦୦ ଦୁଷ୍କର୍ମ ଯାଞ୍ଚ୍‌କାରୀ କିଟ୍‌; ପୀଡ଼ିତା ଦେହରୁ ଦୁଷ୍କର୍ମକାରୀର ରକ୍ତ, ବୀର୍ଯ୍ୟ, ଝାଳ ସଂଗ୍ରହ କରିବା ପରେ ସହଜ ହେବ ତଦନ୍ତ

Advertisment
ଏକାଥରକେ କିଣାଗଲା ୫,୦୦୦ ଦୁଷ୍କର୍ମ ଯାଞ୍ଚ୍‌କାରୀ କିଟ୍‌; ପୀଡ଼ିତା ଦେହରୁ ଦୁଷ୍କର୍ମକାରୀର ରକ୍ତ, ବୀର୍ଯ୍ୟ, ଝାଳ ସଂଗ୍ରହ କରିବା ପରେ ସହଜ ହେବ ତଦନ୍ତ

ନୂଆଦିଲ୍ଳୀ: ଯୌନ ଉତ୍ପୀଡ଼ନ ମାମଲାର ଯାଞ୍ଚ ତୁରନ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଏକାଥରରେ ୫,୦୦୦ ଦୁଷ୍କର୍ମ ଯାଞ୍ଚ୍‌କାରୀ କିଟ୍‌ କ୍ରୟ କରିଛନ୍ତି। ଏହି କିଟ୍‌ଗୁଡ଼ିକୁ ଦେଶର ବିଭିନ୍ନ ପୁଲିସ୍‌ ଷ୍ଟେସନ୍‌ରେ ଦିଆଯିବ। ଫଳରେ ଏହାକୁ ବ୍ୟବହାର କରି ଦୁଷ୍କର୍ମକାରୀ ପାଖରେ ପହଞ୍ଚିବା ପୁଲିସ୍‌ ପକ୍ଷେ ସହଜଦାୟକ ହେବ।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେହି କିଟ୍‌ଗୁଡ଼ିକ ମଧ୍ୟରୁ ନିର୍ଦ୍ଦିଷ୍ଟ କେତୋଟି ପୁଲିସ୍‌ ଷ୍ଟେସନ୍‌ରେ ୫ଟି ଲେଖାଏ କିଟ୍‌ ପ୍ରଦାନ କରାଯିବ।

ଏହି କିଟ୍‌କୁ ତୁରନ୍ତ ଡାକ୍ତରୀ ପରୀକ୍ଷାରେ ବ୍ୟବହାର କରାଯାଇପାରିବ। ଏହା ଜରିଆରେ ଦୁଷ୍କର୍ମକାରୀ ବିରୋଧରେ ତଥ୍ୟ ସଂଗ୍ରହ କରାଯାଇପାରିବ।

publive-image

ପ୍ରତ୍ୟେକ କିଟ୍‌ରେ ଏକ ଟେଷ୍ଟ୍‍ ଟ୍ୟୁବ୍‌ ଏବଂ ବୋତଲ୍‌ ଲାଗିିଛି। ଏହାତ ଦର ବଜାରରେ ୨୦୦ରୁ ୩୦୦ ମଧ୍ୟରେ ରହିଛି ବୋଲି ଜାଣିବାକୁ ମିଳିଛି।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଗତ ସପ୍ତାହରେ ଏହି କିଟ୍‌ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସୂତ୍ରରୁ ଜାଣିବାକୁ ମିଳିଛି ଯେ ହରିଆଣା ସରକାର ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଏହି କିଟ୍‌ କିଣିସାରିଛନ୍ତି ମଧ୍ୟ।

ଏହି କିଟ୍‌ ଦ୍ୱାରା ନାନା ନମୂନା ସଂଗ୍ରହ କରାଯାଇ ପାରିବ। ଦୁଷ୍କର୍ମକାରୀର ରକ୍ତ, ବୀର୍ଯ୍ୟ, ଝାଳ, ଆଦି ପୀଡ଼ିତା ଶରୀରରୁ ସଂଗ୍ରହ କରାଯାଇ ତାହାକୁ ଫରେନ୍ସିକ୍‌ ବିଭାଗକୁ ପଠାଯାଇ ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe