୬ଟି ରାଜ୍ୟକୁ ବ୍ୟାପିଲା ବାର୍ଡ ଫ୍ଲୁ, ଓଡ଼ିଶାରେ ଏ ଯାଏ କୌଣସି ନମୁନା ପିଜିଟିଭ୍ ବାହାରି ନାହିଁ

Advertisment
୬ଟି ରାଜ୍ୟକୁ ବ୍ୟାପିଲା ବାର୍ଡ ଫ୍ଲୁ, ଓଡ଼ିଶାରେ ଏ ଯାଏ କୌଣସି ନମୁନା ପିଜିଟିଭ୍ ବାହାରି ନାହିଁ

hindustantimes

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳ ପରେ ଏବେ ହରିୟାଣା ଏବଂ ଗୁଜୁରାଟରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ ହୋଇଛି। ଏହି ସବୁ ରାଜ୍ୟରେ ଶହ ଶହ ସଂଖ୍ୟାରେ ପକ୍ଷୀମାନଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନେ ‘ଏଚ୍‌୫ଏନ୍‌୧ ଏଭିଏନ୍‌ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌’ ଦ୍ୱାରା ଆକ୍ରାନ୍ତ ବୋଲି ନମୁନା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଦେଖାଦେଇ ନାହିଁ। ରାଜ୍ୟରେ ୧୨,୧୫୮ଟି ନମୁନା ପରୀକ୍ଷା କରାଯାଇସାରିଥିଲେ ମଧ୍ୟ କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। ବାର୍ଡ ଫ୍ଲୁ ଉପରେ କଡ଼ା ନଜର ରଖାଯିବା ସହ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କ ରକ୍ତ, ଲାଳ, ନାଜାଲ ସ୍ବାବ, କ୍ଲୋଆକାଲ ସ୍ବାବ ଏବଂ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ଆକ୍ରାନ୍ତ ପକ୍ଷୀମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ମଧ୍ୟ ‘ବାର୍ଡ ଫ୍ଲୁ’ଦ୍ୱାରା ସଂକ୍ରମିତ ହୋଇ ସାମାନ୍ୟ ଜ୍ୱର କିଂବା କାଶରେ ପୀଡ଼ିତ ହୋଇପାରନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିସାରିଛି। ତେବେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଜି ଏହି ୬ଟି ରାଜ୍ୟକୁ କହିଛି କେନ୍ଦ୍ର। ଏହା ସହ ବାର୍ଡ ଫ୍ଲୁ ଚିହ୍ନଟ ହୋଇ ନ ଥିବା ରାଜ୍ୟକୁ ପକ୍ଷୀଙ୍କର କୌଣସି ଅସ୍ବାଭାବିକ ମୃତ୍ୟୁ ଉପରେ ସଜାଗ ରହିବାକୁ ଏବଂ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଛି, ଯାହା ଦ୍ବାରା ଶୀଘ୍ର ସମ୍ଭବ ପଦକ୍ଷେପ ନିଆଯିବ।

Several States on alert as fear of bird flu grows - The Hindu The Hindu

ତେବେ କେରଳ, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ପରିଦର୍ଶନ ଏବଂ ମହାମାରୀ ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ କେନ୍ଦ୍ରୀୟ ଦଳ ନିୟୋଜିତ ହୋଇଛନ୍ତି। କରୋନା ମହାମାରୀ ସମୟରେ ଦ୍ରୁତ ଗତିରେ ବାର୍ଡ ଫ୍ଲୁ ବଢ଼ୁଥିବାରୁ କେନ୍ଦ୍ର ସରକାର ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି। ଏହା ସହ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe