କଶ୍ମୀରରେ ବିକାଶ ପାଇଁ ସରକାର ଗଠନ କଲେ ଜିଓଏମ୍‌, ୫୦,୦୦୦ ନିଯୁକ୍ତି ସୁଯୋଗ

Advertisment
କଶ୍ମୀରରେ ବିକାଶ ପାଇଁ ସରକାର ଗଠନ କଲେ ଜିଓଏମ୍‌, ୫୦,୦୦୦ ନିଯୁକ୍ତି ସୁଯୋଗ

Outlook India

ଶ୍ରୀନଗର : ଜମ୍ମୁ କଶ୍ମୀରର ଅର୍ଥନୈତିକ ଏବଂ ସାମାଜିକ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର ଏକ ଜିଓଏମ୍‌ (ଗ୍ରୁପ୍‌ ଅଫ୍‌ ମିନିଷ୍ଟର୍ସ) ବା ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ , ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥାୱର ଚାନ୍ଦ ‌ଗେହଲଟ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ପିଏମ୍‌ଓ ପାଇଁ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମନ୍ତ୍ରୀ ଗୋଷ୍ଠୀରେ ସାମିଲ ଅଛନ୍ତି।

ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖ ପୁର୍ନଗଠନ ହେବ। ଉଭୟ ଜମ୍ମୁ କଶ୍ମୀର ଏବଂ ଲଦାଖରେ ସମସ୍ତ ବିକାଶମୂଳକ କାର୍ଯ୍ୟ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବେ ଏହି ମନ୍ତ୍ରୀ ଗୋଷ୍ଠୀ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମନ୍ତ୍ରୀମାନଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଆସନ୍ତା ୩ ମାସ ମଧ୍ୟରେ କଶ୍ମୀରୀ ଯୁବକମାନଙ୍କ ପାଇଁ ୫୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମଲିକ୍‌ ଏହି ଘୋଷଣା କରିଛନ୍ତି। ଜମ୍ମୁ କଶ୍ମୀର ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଆଉ ଏକ ବଡ଼ ଘୋଷଣା କରିପାରନ୍ତି ବୋଲି ସତ୍ୟପାଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe