ସାମରିକ ବ୍ୟାପାର ନାମରେ ସୃଷ୍ଟି ହେଲା ନୂଆ ବିଭାଗ; ମୁଖିଆ ଭାବେ ଅବସ୍ଥାପିତ ହେଲେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌

ସାମରିକ ବ୍ୟାପାର ନାମରେ ସୃଷ୍ଟି ହେଲା ନୂଆ ବିଭାଗ; ମୁଖିଆ ଭାବେ ଅବସ୍ଥାପିତ ହେଲେ ସିଡିଏସ୍‌ ଜେନେରାଲ ରାଓ୍ଵତ୍‌

Zee News India

ନୂଆଦିଲ୍ଲୀ: ସାମରିକ ବ୍ୟାପାର (ମିଲିଟାରି ଆଫାୟାର୍ସ) ନାମରେ ଏକ ନୂତନ ବିଭାଗ ସୃଷ୍ଟି କରିଛନ୍ତି କେନ୍ଦ୍ର ସରକାର। ଏଥିସହ ଏହି ନୂତନ ବିଭାଗର ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସଷ୍ଟାଫ୍‌ (ସିଡିଏସ୍‌) ଭାବେ ନିଯୁକ୍ତି ପାଇଥିବା ଜେନେରାଲ ବିପିନ୍‌ ରାଓ୍ଵତ୍‌। ଆଗାମୀ ତିନି ବର୍ଷ ପାଇଁ ଏହି ପଦବୀରେ ରହି ନିଜର ଦାୟିତ୍ୱ ସଂପାଦନ କରିବେ ଜେନେରାଲ ରାଓ୍ଵତ୍‌।

ନୂତନ ଭାବେ ଗଠିତ ଏହି ସାମରିକ ବ୍ୟାପାର (ମିଲିଟାରି ଆଫାୟାର୍ସ) ବିଭାଗ ସେନାର ତିନି ବିଭାଗ- ସ୍ଥଳ, ବାୟୁ ଓ ନୌ ସେନା- ସହ ସମନ୍ଵୟ ରକ୍ଷାକରି କାର୍ଯ୍ୟ କରିବ। ଏଥିସହ ଚିଫ୍‌ ଅଫ୍‌ ଡିଫେନ୍ସଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ବିପିନ୍‌ ରାଓ୍ଵତ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରମୁଖ ସାମରିକ ପରାମର୍ଶଦାତା ରୂପେ ମଧ୍ୟ କାର୍ଯ୍ୟ କରିବେ। ଏବଂ ତିନି ସେନା ବାହିନୀର ମୁଖ୍ୟମାନଙ୍କୁ ପରାମର୍ଶ ଦେବା ସହ ସେନାର ଆଧୁନିକୀକରଣ ନେଇ ମଧ୍ୟ ସରକାରଙ୍କୁ ପରାମର୍ଶ ଦେବେ।

publive-image News Nation

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କୁ ସରକାର ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ କେନ୍ଦ୍ର ସରକାର ଗତ ସୋମବାର ନିଯୁକ୍ତି ପ୍ରଦାନ କରିଥିଲେ। ଦେଶର ସେନାମୁଖ୍ୟ ଭାବେ ଜେନେରାଲ ରାଓ୍ଵତ୍‌ ନିଜର ୩ ବର୍ଷର ସଂପୂର୍ଣ୍ଣ କାର୍ଯ୍ୟକାଳ ଶେଷକରି ଆଜି (୩୧ ଡିସେମ୍ବର) ନିଜ ପଦବୀରୁୁ ଅବସର ଗ୍ରହଣ କରିବାକୁ ଥିବାବେଳେ କେନ୍ଦ୍ର ସରକାର ତାଙ୍କୁ ଏହି ନୂତନ ପଦବୀରେ ନିଯୁକ୍ତି ପ୍ରଦାନ କରଥିଲେ।

ପୂର୍ବରୁ, ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନୂତନ ଭାବେ ସୃଷ୍ଟି ହେବାକୁ ଥିବା ଏହି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀକୁ ବିଧିବଦ୍ଧ ଭାବେ ମଞ୍ଜୁରି ମଳିବା ସହ ଏହି ପଦବୀର କାର୍ଯ୍ୟଧାରାକୁ ମଧ୍ୟ ଚୂଡ଼ାନ୍ତ କରାଯାଇଥିଲା। ଭାରତୀୟ ସେନା ଆଇନ୍‌, ୧୯୫୪କୁ ସଂଶୋଧନ କରି କେନ୍ଦ୍ର ସରକାର ଏହି ନୂତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀର ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe