ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର: ଏପ୍ରିଲ ୧୪ରେ ଅଫିସ ଛୁଟି

14 april

ନୂଆଦିଲ୍ଲୀ: ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ୧୪ ତାରିଖରେ ଛୁଟି ରହିବ ସମସ୍ତ ସରକାରୀ ଅଫିସ୍ । ଏପ୍ରିଲ ୧୪ରେ ସାରା ଦେଶରେ ସରକାରୀ ଛୁଟି ଘୋଷଣା କଲେ କେନ୍ଦ୍ର ସରକାର । ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ପାଇଁ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 

ତେବେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ଲୋକେ ବି ଏହି ଖବର ଜାଣିରଖିବା ଆବଶ୍ୟକ । କାରଣ ଯଦି କୌଣସି ସରକାରୀ ଅଫିସରେ କାମ ଅଛି ଏବଂ କୌଣସି ବ୍ୟକ୍ତି ଏପ୍ରିଲ ୧୪ ତାରିଖରେ କାମ କରିବାକୁ ଯୋଜନା କରିଛନ୍ତି ତେବେ ଜାଣି ରଖନ୍ତୁ ଏପ୍ରିଲ ୧୪ ତାରିଖରେ ସରକାରୀ ଅଫିସ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe