ଦେଶବ୍ୟାପୀ ବ୍ୟାପକ ଚଢ଼ଉ ପରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’କୁ ୫ ବର୍ଷ ପାଇଁ ନିଷିଦ୍ଧ କଲେ କେନ୍ଦ୍ର ସରକାର

Advertisment
ପିଏଫଆଇ ହାଓ୍ବାଲା ନେଟଓ୍ବାର୍କର ପର୍ଦ୍ଦାଫାସ କଲା ଏନଆଇଏ, ୮ ଗିରଫ

Image Courtesy of India Today

ନୂଆଦିଲ୍ଲୀ: ଦେଶବ୍ୟାପୀ ଦୁଇ ପର୍ଯ୍ୟାୟ ଚଢ଼ଉ କରାଯାଇ ୨୪୦ରୁ ଅଧିକ ନେତା ଓ କର୍ମକର୍ତ୍ତାଙ୍କୁ ଗିରଫ କରାଯିବା ପରେ ଗତ ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରାଳୟ ମଙ୍ଗଳବାର ସନ୍ଧ୍ୟାରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ପିଏଫ୍‌ଆଇ) ଉପରେ ୫ ବର୍ଷ ପାଇଁ ନିଷେଧାଜ୍ଞା ଜାରି କରିଛି।

ଏଥି ସହିତ, ‘ପିଏଫ୍‌ଆଇ’ର ସହଯୋଗୀ ସଙ୍ଗଠନ ଯଥା-: ‘ରିହାବ୍‌ ଇଣ୍ଡିଆ ଫାଉଣ୍ଡେସନ୍‌’ (ଆର୍‌ଆଇଏଫ୍‌), ‘କ୍ୟାମ୍ପସ୍ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ସିଏଫ୍‌ଆଇ), ‘ଅଲ୍‌ ଇଣ୍ଡିଆ ଇମାମ୍‌ କାଉନ୍‌ସିଲ୍‌ (ଏଆଇଆଇସି), ‘ନ୍ୟାସ୍‌ନାଲ୍‌ କନ୍‌ଫେଡେରେସନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ ଅର୍ଗାନାଇଜେସନ୍‌’ (ଏନ୍‌ସିଏଚ୍‌ଆର୍‌ଓ), ‘ନ୍ୟାସ୍‌ନାଲ୍‌ ୱିମିନ୍‌ସ୍‌ ଫ୍ରଣ୍ଟ୍‌’, ‘ଜୁନିୟର୍‌ ଫ୍ରଣ୍ଟ୍‌’, ‘ଏମ୍ପାୱାର୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ଆଣ୍ଡ୍‌ ରିହାବ୍‌ ଫାଉଣ୍ଡେସନ୍‌’, କେରଳ ଆଦିକୁ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି।

ଗୃହମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ‘ଅନ୍‌ଲଫୁଲ୍ ଆକ୍ଟିଭିଟିଜ୍‌ (ପ୍ରିଭେନ୍‌ସନ୍‌) ଆକ୍ଟ୍‌ (ୟୁଏପିଏ) ଆଧାରରେ ‘ପିଏଫ୍‌ଆଇ’ ଓ ତା’ର ସହଯୋଗୀ ସଙ୍ଗଠନ ଅଥବା ସାମ୍ମୁଖ୍ୟଗୁଡ଼ିକୁ ‘ବେଆଇନ ସଙ୍ଗଠନ’ ବୋଲି ଘୋଷଣା କରାଗଲା।

publive-image Image Courtesy of NDTV

‘ପିଏଫ୍‌ଆଇ’ ଉପରେ ନିଷେଧାଜ୍ଞା ଜାରି କରିବା ବ‌େଳେ କେନ୍ଦ୍ର ସରକାର କହିଛନ୍ତି ଯେ, ‘ଷ୍ଟୁଡେଣ୍ଟ୍‌ସ୍‌ ଇସ୍‌ଲାମିକ୍‌ ମୋଭ୍‌ମେଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ଏସ୍‌ଆଇଏମ୍‌ଆଇ), ‘ଜମାତ୍‌-ଉଲ୍‌-ମୁଜାହିଦୀନ୍‌ ବାଂଲାଦେଶ’ (ଜେଏମ୍‌ବି) ଏବଂ ‘ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ୍‌ ସିରିୟା’ (ଆଇଏସ୍‌ଆଇଏସ୍) ସହିତ ସମ୍ପୃକ୍ତି ରହିଛି।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ‘ପିଏଫ୍‌ଆଇ’ ଏବଂ ତା’ର ସହଯୋଗୀ ସଙ୍ଗଠନ ସବୁ ଦେଶର ଏକତା, ସାର୍ବଭୌମତ୍ବ ଏବଂ ନିରାପତ୍ତା ପ୍ରତି କ୍ଷତି କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଆଗାମୀ ଦିନରେ ସେମାନେ ଜନସାଧାରଣଙ୍କ ଶାନ୍ତି ଓ ଦେଶର ସାମ୍ପ୍ରଦାୟିକ ସହାବସ୍ଥାନ ବ୍ୟାଘାତ ସୃଷ୍ଟିକରିବାର ଯଥେଷ୍ଟ ଆଶଙ୍କା ରହିଛି।

ଉପରୋକ୍ତ ସଙ୍ଗଠନଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବା ପାଇଁ କେତେଗୁଡ଼ିଏ ପ୍ରଦେଶ ଦାବି କରିଥିଲେ। ତଦନ୍ତକାରୀ ଏଜେନ୍‌ସିଙ୍କ ରିପୋର୍ଟକୁ ଆଧାର କରି ନିଷେଧାଜ୍ଞା ଜାରି କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe