ହଠାତ ସଂକ୍ରମଣ ବଢ଼ିବାରୁ ୧୦ଟି ରାଜ୍ୟକୁ ବହୁ-ବିଭାଗୀୟ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment
ହଠାତ ସଂକ୍ରମଣ ବଢ଼ିବାରୁ ୧୦ଟି ରାଜ୍ୟକୁ ବହୁ-ବିଭାଗୀୟ ବିଶେଷଜ୍ଞ ଦଳ ପଠାଇଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

newindianexpress

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କିଛି ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବା ଖବର କେନ୍ଦ୍ର ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ଏହା ସହ କରୋନା ଭୂତାଣୁର ନୂଆ ଷ୍ଟ୍ରେନ ଚିହ୍ନଟ ହେଉଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରକୁ ପାଇଁ ଉଚ୍ଚସ୍ତରୀୟ ବହୁ-ବିଭାଗୀୟ ବିଶେଷଜ୍ଞ ଦଳ ଗଠନ କରିଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପରିଚାଳନାରେ ରାଜ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଦଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଗଠନ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ତିନି ସଦସ୍ୟ ବିଶିଷ୍ଟ ବହୁ-ବିଭାଗୀୟ ଦଳ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ କାର୍ଯ୍ୟ କରିବେ ଏବଂ ହଠାତ କରୋନା ସଂକ୍ରମଣ ବଢ଼ିବାର ପ୍ରକୃତ କାରଣ କ’ଣ, ତାହା ଜାଣିବାକୁ ଚେଷ୍ଟା କରିବେ। ସଂକ୍ରମଣକୁ ରୋକିବା ପାଇଁ ଏହି ଉଚ୍ଚସ୍ତରୀୟ ଟିମ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ।

Centre deputes high level teams to 10 states for COVID-19 management - Oneindia News Oneindia

କୋଭିଡ ପରିଚାଳନାରେ ଏ ପର୍ଯ୍ୟନ୍ତ ମିଳିଥିବା ଲାଭ ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସଂପୃକ୍ତ ଜିଲ୍ଲା ଅଧିକାରୀଙ୍କ ସହ ବର୍ତ୍ତମାନ ଥିବା ପରିସ୍ଥିତିର ନିୟମିତ ସମୀକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛି। ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ କରୋନା ସଂକ୍ରମଣ ବଢ଼ିବା ସହ ଆରଟି-ପିସିିଆର ପରୀକ୍ଷା ହାର କମ ହୋଇଛି। ସଂକ୍ରମଣକୁ କମ କରିବା ପାଇଁ କରୋନା ପରୀକ୍ଷା ହେବା ଜରୁରୀ ବୋଲି କହିିବା ସହ ଆରଟି-ପିସିିଆର ପରୀକ୍ଷା ହାର ବଢ଼ାଇବା ପାଇଁ ଏହିି ୭ଟି ରାଜ୍ୟକୁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe