ଦିଲ୍ଲୀରେ ନଡ଼ା ଜାଳୁଥିବା କୃଷକଙ୍କ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା

ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ନିୟମ ଲାଗୁ ହେଉଥିବା ବେଳେ ସରକାର ‌ଏବେ କୃଷକମାନଙ୍କ ନଡ଼ା ଜାଳିବା ଉପରେ ବି ନିୟମ ଲାଗୁ କରିଛନ୍ତି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଜରିମାନା ୩୦ ହଜାର ପର୍ଯ୍ୟନ୍ତ କରି ଦେଇଛନ୍ତି।

/www.indiatoday.in

ନୂଅଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗୁଛି। ବାୟୁ ପ୍ରଦୂଷଣ ହେତୁ ଲୋକ ବିଭିନ୍ନ ପ୍ରକାରର ବେମାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଦୀପାବଳି ପରେ ଦିଲ୍ଲୀର ବାୟୁ ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି।

ଏହାରି ମଧ୍ୟରେ ଏକ କେନ୍ଦ୍ର ସରକାର ଏକ ନୂତନ ନିୟମ ବାହାର କରିଛନ୍ତି। ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ନିୟମ ଲାଗୁ ହେଉଥିବା ବେଳେ ସରକାର ‌ଏବେ କୃଷକମାନଙ୍କ ନଡ଼ା ଜାଳିବା ଉପରେ ବି ନିୟମ ଲାଗୁ କରିଛନ୍ତି। କୃଷକମାନେ ସେମାନଙ୍କ ଫସଲ ଆୟ କରିବା ପରେ ଯେଉଁ ନଡ଼ା ଜାଳନ୍ତି ସେଥିରେ ଖୁବ୍ ଶୀଘ୍ର ବାୟୁ ପ୍ରଦୂଷିତ ହୋଇଥାଏ। ସେହି ପ୍ରକାରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏବେ ଜରିମାନା ଲଗାଇଛନ୍ତି।

ଜାଣିବାକୁ ମିଳିଛି ଯେ ୨ ଏକରର କମ୍‌ ଜମିଥିବା କୃଷକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଯାଇଥିବା ବେଳେ ୫ରୁ ୧୦ ଏକର ଜମି ଥିବା କୃଷକଙ୍କ ଉପରେ ଲଗାଯାଇଛି ୧୦ ହଜାର ଟଙ୍କାର ଜରିମାନା। ସେହିପରି ୫ ଏକରରୁ ଅଧିକ ଜମି ଥିବା କୃଷକଙ୍କ ଉପରେ ଲଗାଯାଇଛି ୩୦ ହଜାର ଟଙ୍କାର ଜରିମାନା।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁସାରେ, କିଛି ଦିନ ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ବା ଏକ୍ୟୁଆଇରେ ସୁଧାର ଆସୁଛି। ମାତ୍ର ବୁଧବାର ଦିନ ଦିଲ୍ଲୀରେ ଏକ୍ୟୁଆରଇର ସ୍ତର ୩୫୨ ରହିଥିଲା। ଏକ୍ୟୁଆଇର ସ୍ତର ୩୦୧ରୁ ୪୦୦ ମଧ୍ୟରେ ରହିଲେ ତାହାକୁ ଅତ୍ୟନ୍ତ ଖରାପ ଶ୍ରେଣୀ ବୋଲି ବିବଚେନା କରାଯାଏ। ସେହିପରି ଯଦି ଏକ୍ୟୁଆଉ ୪୦୦ ପାର୍‌ କରେ ତ ତାହାକୁ ଅତ୍ୟନ୍ତ ଗମ୍ଭୀର ବୋଲି ମନାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe