ଅଷ୍ଟମ ପର୍ଯ୍ୟାୟରେ ବି ବାହାରିଲାନି ସମାଧାନର ବାଟ: ନିଜ ନିଜ ଜିଦରେ ଅଟଳ ରହିଲେ ସରକାର ଓ କୃଷକ ସଂଗଠନ

Advertisment

ଜାନୁଆରି ୧୫ରେ ହେବ ଆଗାମୀ ବୈଠକ

ଜାନୁଆରି ୧୫ରେ ହେବ ଆଗାମୀ ବୈଠକ

ଅଷ୍ଟମ ପର୍ଯ୍ୟାୟରେ ବି ବାହାରିଲାନି ସମାଧାନର ବାଟ: ନିଜ ନିଜ ଜିଦରେ ଅଟଳ ରହିଲେ ସରକାର ଓ କୃଷକ ସଂଗଠନ

ନୂଆଦିଲ୍ଲୀ: ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା । ତେବେ ନୂତନ କୃଷି ଆଇନ ଏବଂ ଏମଏସପିକୁ ନେଇ ଅଷ୍ଟମ ଥର ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରିପାରି ନାହିଁ। ଆଜିର ବୈଠକରେ ମଧ୍ୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ସରକାର ଓ କୃଷକ ସଂଗଠନ। ବୈଠକ ଆରମ୍ଭରୁ ହିଁ ନିଜର ପୂର୍ବ ଦାବିକୁ ଦୋହରାଇଥିଲେ କୃଷକ ସଙ୍ଗଠନ। ସଂଶୋଧନ ନୁହେଁ, ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ ବୋଲି କୃଷକ ସଂଗଠନ ଦାବି କରିଥିଲେ। ହେଲେ ପୂର୍ବ ଭଳି କୃଷକଙ୍କ ଏହି ପ୍ରସ୍ତାବରେ ରାଜି ହୋଇନାହାନ୍ତି ସରକାର। ଏବେ ଜାନୁଆରି ୧୫ରେ ଆଗାମୀ ବୈଠକ ହେବ ବୋଲି ଜଣାପଡ଼ିଛି।

publive-image indiatoday

ସମାଧାନର ବାଟ ବାହାରିବ ବୋଲି ଦେଶବାସୀ ଆଶା କରୁଥିବା ବେଳେ ବୈଠକ ପୂର୍ବରୁ ଚାଷୀମାନେ ନିଜର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିସାରିଛନ୍ତି। ପ୍ରବଳ ଥଣ୍ଡା ଓ ବର୍ଷା ସହି ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ପ୍ରତିକୁଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି । ଚାଷୀନେତାମାନେ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ । ତେଣୁ କର ବା ମର ଲଢେଇ ପାଇଁ  ସେମାନେ ପ୍ରସ୍ତୁତ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe