ପୁଣି ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ କେନ୍ଦ୍ର ସରକାର

ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ କେନ୍ଦ୍ର ସରକାର । ପଶ୍ଚିମବଙ୍ଗ ସରକାର ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଏବଂ ସିଆଇଏସଏଫକୁ ସହଯୋଗ କରୁନାହାନ୍ତି, ଯାହା ଏକ ଗମ୍ଭୀର ପ୍ରସଙ୍ଗ ବୋଲି କେନ୍ଦ୍ର ଅଭିଯୋଗ କରିଛି।

supreme court1

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର କୋର୍ଟରେ ଏକ ନୂଆ ପିଟିସନ୍ ଦାଖଲ କରିଛନ୍ତି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାର ସୁରକ୍ଷାରେ ନିୟୋଜିତ ସିଏସ୍ଆଇଏଫକୁ ସହଯୋଗ କରିବାକୁ କିମ୍ବା ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଧିକାରୀଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ  କୋର୍ଟଙ୍କ ନିକଟରେ ଦାବି କରିଛନ୍ତି।

ପିଟିସନରେ କେନ୍ଦ୍ର ସରକାର ମମତା ସରକାରଙ୍କୁ ଅଭିଯୋଗ କରିଛନ୍ତି ଯେ ଡାକ୍ତରଖାନାର ସୁରକ୍ଷାରେ ସିଏସ୍ଆଇଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି, କିନ୍ତୁ ସେମାନଙ୍କୁ ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ମିଳୁନାହିଁ, ବିଶେଷ କରି ମହିଳା ଯବାନମାନଙ୍କୁ କୌଣସି ସୁବିଧା ମିଳୁନାହିଁ। ଫଳରେ ସୁରକ୍ଷାରେ ନିୟୋଜିତ ଯବାନମାନେ ନିଜ କର୍ତ୍ତବ୍ୟ ନିର୍ବାହ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢନ୍ତୁ : ନୀତୀଶ-ତେଜସ୍ବୀ ଭେଟକୁ ନେଇ ବଢିଲା କଳ୍ପନାଜଳ୍ପନା

ପଶ୍ଚିମବଙ୍ଗ ସରକାର ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଏବଂ ସିଆଇଏସଏଫକୁ ସହଯୋଗ କରୁନାହାନ୍ତି, ଯାହା ଏକ ଗମ୍ଭୀର ପ୍ରସଙ୍ଗ ବୋଲି କେନ୍ଦ୍ର ଅଭିଯୋଗ କରିଛି। କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଉଲ୍ଲଂଘନ କେବଳ ଅଦାଲତଙ୍କ ଆଦେଶକୁ ଉଲ୍ଲଂଘନ କରେ ନାହିଁ ବରଂ ସାମ୍ବିଧାନିକ ଏବଂ ନୈତିକ ନୀତି ବିରୁଦ୍ଧରେ ମଧ୍ୟ । ଅଦାଲତଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଧିକାରୀଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର କୋର୍ଟଙ୍କୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe