ଡାକ୍ତରଖାନାକୁ ପ୍ରସ୍ତୁତ ରଖ; ଚୀନ୍‌ରେ ବ୍ୟାପୁଥିବା ଶ୍ୱାସକ୍ରିୟାଜନିତ ରୋଗ ପାଇଁ ସତର୍କ କଲେ କେନ୍ଦ୍ର ସରକାର

Advertisment
ଡାକ୍ତରଖାନାକୁ ପ୍ରସ୍ତୁତ ରଖ; ଚୀନ୍‌ରେ ବ୍ୟାପୁଥିବା ଶ୍ୱାସକ୍ରିୟାଜନିତ ରୋଗ ପାଇଁ ସତର୍କ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଉତ୍ତର ଚୀନ୍‌ରେ ଏଚ୍୯ଏନ୍୨ ମାମଲା ବୃଦ୍ଧି ଏବଂ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ଆରମ୍ଭ ହୋଇଛି। ଏନେଇ ସତର୍କ ହୋଇଛନ୍ତି ଭାରତ ସରକାର। ପୂର୍ବରୁ ରାମ ମନୋହର ଲୋହିଆ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଅଜୟ ଶୁକ୍ଳା ଲୋକମାନଙ୍କୁ ସତର୍କ ରହିବା ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ବେଳେ ଏବେ ଭାରତ ସରକାର ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଜାତୀୟ ଗଣମାଧ୍ୟମ ମୁତାବକ, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ଡାକ୍ତରଖାନା ପ୍ରସ୍ତୁତ ରଖିବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ ଚୀନରେ ପିଲାମାନଙ୍କ ମଧ୍ୟରେ ଶ୍ୱାସକ୍ରିୟାଜନିତ ରୋଗର ବୃଦ୍ଧି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୀକ୍ଷ୍ଣ ନଜର ରଖିଛି। ଏହି ଚିଠିରେ ଡାକ୍ତରଖାନାଗୁଡ଼ିକରେ ଥିବା ସ୍ୱାସ୍ଥ୍ୟ ସେବାକୁ ଭଲ ଭାବରେ ଯାଞ୍ଚ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ଇନଫ୍ଲୁଏନଜା ଏବଂ ଶୀତ ଋତୁରେ ଅଧିକ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଡାକ୍ତରଖାନାରେ ଶର୍ଯ୍ୟା, ଇନ୍‌ଫ୍ଲୁଏଞ୍ଜା ପାଇଁ ଔଷଧ ଓ ଟିକା, ମେଡିକାଲ ଅମ୍ଳଜାନ, ଆଣ୍ଟିବାୟୋଟିକ୍, ପିପିଇ ଇତ୍ୟାଦିର ଉପଲବ୍ଧତା ଯାଞ୍ଚ କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe