ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ସବୁ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର

Advertisment
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏହି ସବୁ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର

photo-zee news

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମାନିନଥିବାରୁ ଏବେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ | ଆଜି ସକାଳ ୧୦ଟାରେ ଦିଲ୍ଲୀର କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ କୁହାଯାଇଥିଲେ ବି ସେ ଆସିନଥିଲେ | ଆଉ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ ପ୍ରଶ୍ନ ହେଉଛି ଯେ କୌଣସି ରାଜ୍ୟରେ ପୋଷ୍ଟିଙ୍ଗ ପାଇଥିବା ଆଇଏଏସ୍ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର କ’ଣ କରିପାରିବ?

ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଜଣେ ଆଇଏଏସ ଅଧିକାରୀ କୌଣସି ରାଜ୍ୟରେ ପୋଷ୍ଟିଙ୍ଗ ହୋଇଥାନ୍ତି, ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ହେଲେ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ | ଏଭଳି ପରିସ୍ଥିତିରେ ଯଦି ରାଜ୍ୟ ଚାହେଁ, ତେବେ କେନ୍ଦ୍ରର ନିର୍ଦ୍ଦେଶ ଗ୍ରହଣ କରିବାକୁ ମନା କରିପାରେ। କେବଳ ଏତିକି ନୁହେଁ, ଯଦି କେନ୍ଦ୍ର ସରକାର କୌଣସି ଅଧିକାରୀଙ୍କୁ ଦିଲ୍ଲୀ ଡାକନ୍ତି, ତେବେ ରାଜ୍ୟ ସରକାରଙ୍କ ସହମତି ମଧ୍ୟ ଥିବା ଆବଶ୍ୟକ। ତେବେ ମମତା, ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଯିବା ପାଇଁ ଅନୁମତି ଦେଇନଥିଲେ |

ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସହମତି ଆଧାରରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ତିନିମାସ ପାଇଁ ବୃଦ୍ଧି କରାଯାଇଛି। ଆଜି ଆଲାପନ ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା, କିନ୍ତୁ କୋଭିଡ -୧୯ର ପରିଚାଳନାକୁ ଧ୍ୟାନରେ ରଖି ତାଙ୍କ କାର୍ଯ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଛି। ତେବେ କେନ୍ଦ୍ର ପାଖରେ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏହି ସବୁ ବିକଳ୍ପ ଅଛି | ପ୍ରଥମରେ କେନ୍ଦ୍ର ଆଲାପନ ବନ୍ଦୋପାଧ୍ୟାୟଙ୍କ ତିନି ମାସର କାର୍ଯ୍ୟକାଳ ବୃଦ୍ଧିକୁ ବାତିଲ କରିପାରିବ | କେନ୍ଦ୍ର ପୁଣି ଥରେ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଡାକିପାରିବ | ତୃତୀୟରେ କାହିଁକି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି, ସେ ବାବଦରେ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe